ବାସୁଦେବପୁର: ବାସୁଦେବପୁର ପ୍ରେସକ୍ଲବ ପରିସରରେ ବାଇଚଢ଼େଇ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ କବିତା ଆସର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁଦର୍ଶନ ଅଗସ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅକ୍ଷାଂଶ ର ସମ୍ପାଦକ ଡ. ହରିଶ୍ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ହୃଦାନନ୍ଦ ପାଣିଗ୍ରାହୀ ଓ ବରେଣ୍ୟ ଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ର ରେ ପୁଷ୍ପ ପ୍ରଦାନ ପୂର୍ବକ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ ସଭା ରେ ମଞ୍ଚାସୀନ ଅତିଥି ମାନେ ହୃଦୟର ପରିଭାଷା ହିଁ କବିର କବିତା ବୋଲି ଆଲୋଚନା କରିଥିଲେ। ଏହି ଅବସରରେ କବି ଦିବାକର ଭୋଇଙ୍କ କବିତା ପୁସ୍ତକ
” ଫିକା ଫଗୁଣ ” ଓ ” ପ୍ରତିବିମ୍ବ ” କୁ ଅତିଥିମାନେ ଲୋକାର୍ପିତ କରିଥିଲେ। ସୁଧାଂଶୁ ଶେଖର ମିଶ୍ର ଏହି ଦୁଇଟି ପୁସ୍ତକର ସମୀକ୍ଷା କରିଥିଲେ। ପରେ କବି ସୁଧାକର ସାହୁଙ୍କ ସଂଯୋଜନା ରେ ବହୁ କବି ସ୍ବରଚିତ କବିତାପାଠ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଓଡିଆ ସାହିତ୍ୟ ପ୍ରତି ଯୁବ ପିଢି ମାନଙ୍କୁ ସାମିଲ କରିବା ଏବଂ ସେମାନଙ୍କ ଆଗ୍ରହ ପାଇଁ କିଛି ତଥ୍ୟ ପ୍ରଦାନ କରାଯାଇଥିଲା। ବାଇଚଢେଇର ସମ୍ପାଦକ ବିକାଶ କୁମାର ଶତପଥୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପ୍ରଦୀପ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଏଥିସହିତ ସଭା ସାଙ୍ଗ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.