ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ, ଏନ୍ ଏମ୍ ୱାଇ ସି ଏସ୍ ଶକ୍ତିସଦନ ଓ ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ ସେଣ୍ଟର ମିଳିତ ଆନୁୁୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ଶକ୍ତିସଦନ, ପାଟିକୋଟା ଠାରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ , ଗଜପତି ଶ୍ରୀମତୀ ସାରଳା ପାତ୍ର ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଏହି ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇବା ସହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଶିବାନୀ ପାଣିଗ୍ରାହୀ ଜିଲ୍ଲା ସଂଯୋଜିକା ଓ ଏଲ ଏମ୍ (ସ୍ୱୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇବା ସହ ଘରୋଇହିଂସା ଆଦି ବିଷୟରେ ବୁଝାଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ PC PNDT Act , Property Rights ଉପରେ ଅବଗତ କରାଇଥିଲେ। ଆଇ ଏସ୍ ଆର୍ ଡି “ସଖୀ” ୱାନ ଷ୍ଟପ କେନ୍ଦ୍ର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ କିପରି ରୋକାଯାଇ ପାରିବ ଏବଂ ସେଥିପାଇଁ ସମସ୍ତଙ୍କର ଚେଷ୍ଟା ରହିବା ଆବଶ୍ୟକ ସେହି ବିଷୟରେ ବୁଝାଇବା ସହ ମହିଳା ଓ ବାଳିକା ମାନଙ୍କ ପ୍ରତି ରହିଥିବା ତେର ଟି ଅଧିକାର ଉପରେ ସମ୍ୟକ ଧାରଣା ଦେଇଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପିଓଆଇସି ଡମ୍ବୁରୁଧର ବଳବନ୍ତ ଜିଲ୍ଲା ରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇଥିଲେ ତତ୍ ସହିତ ଶିଶୁ ହେଲ୍ପଲାଇନ 1098 ବିଷୟରେ ଅବଗତ କରାଇଥିଲେ।
ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଯୋଗଦେଇ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ବୁଝାଇବ ସହ ମହିଳା ଓ ପୁରୁଷ ଉଭୟେ ମାନସିକ ସ୍ତରରେ ଶଶକ୍ତ ହେଲେ ଯାଇ ଆମ ଜିଲ୍ଲାକୁ ଏକ ମହିଳା ହିଂସାମୁକ୍ତ ଏବଂ ସୁରକ୍ଷିତ ଜିଲ୍ଲା ଭାବରେ ଗଢିତୋଳିବା ଏହି ବିଷୟରେ ଆଲୋକପାତ କରାଇଥିଲେ। ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ସଦସ୍ୟା ଶ୍ରୀମତୀ ସୁଜାତା ପଟ୍ଟନାୟକ ଏବଂ ଶ୍ରୀମତୀ ମମତାରାଣୀ ଶତପଥି , ଜିଲ୍ଲା ସଂଯୋଜକ Action – Aid ଶ୍ରୀଯୁକ୍ତ ଶେଷଦେବ ଭୋଇ , ଆକାଂକ୍ଷା ର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଆଇ ଏସ୍ ଆର୍ ଡ଼ି ର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ସମସ୍ତେ ଏହି ଦିବସ ଅବସରରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।
ଏହି ଅବସରରେ ଅଙ୍ଗନବାଡି କର୍ମୀ , ସୁପେରଭାଇଜର , ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ଆଇ ଏସ୍ ଆର୍ ଡ଼ି ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ , ଶକ୍ତିସଦନ ର କର୍ମଚାରୀ ଓ ଅନ୍ତେବାସୀ ଙ୍କୁ ନେଇ ଏହି ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ବୁଝାଇବା ଉଦ୍ଦେଶ୍ୟରେ ଏକ ସ୍ଲୋଗାନ ମାଧ୍ୟମରେ ଏକ Humanchain କରାଯାଇଥିଲା।
ପରିଶେଷରେ ଏନ୍ ଏମ୍ ୱାଇ ସି ଏସ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post