ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ରେଡ ରିବନ କ୍ଳବ, ଭାରତ ସ୍କାଉଟ ଓ ଗାଇଡ଼ ଏବଂ ଜାତୀୟ ସେବା ଯୋଜନା ଶାଖାର ସ୍ଵେଚ୍ଛାସେବୀମାନଙ୍କ ଦ୍ୱାରା “ବିଶ୍ୱ ଏଡ଼ସ ଦିବସ ” ପାଳନ କରାଯାଇଛି। ଏହି ଅବସରରେ ସମସ୍ତ ଶାଖାର ସ୍ଵେଚ୍ଛାସେବୀମାନେ ଯୁବ ରେଡ଼କ୍ରସ ଶାଖାର ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ରୋଭର ଲିଡର ପି ଦୀପକ ରାଓ ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ଦୀପୁ ଭୂୟାଁଙ୍କ ନେତୃତ୍ୱରେ ଏଡ଼ସ ନିରାକରଣ ସଚେତନତା ବାର୍ତ୍ତା ସମ୍ବଳିତ ବିଭିନ୍ନ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ପରସୁଲୁଣ୍ଡା ଗ୍ରାମ ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାକୁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟୁତ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଚେତନତା ମାଧ୍ୟମରେ ଏଡ଼ସ ନିରାକରଣ କରିବାକୁ ସ୍ଵେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଉକ୍ତ କାର୍ଯ୍ୟରେ ଉତ୍ସର୍ଗୀକୃତ ହେବାକୁ ଶପଥ କରାଇଥିଲେ। ମଞ୍ଚାସିନ ସାଧନ ବ୍ୟକ୍ତି ଦାରିଙ୍ଗବାଡିସ୍ଥିତ “ଜାଗୃତି” ସଂସ୍ଥାର ପ୍ରଶାସକ ରତିକାନ୍ତ ପଟ୍ଟନାୟକ ସ୍ଵେଚ୍ଛାସେବୀମାନଙ୍କୁ ଏଡ଼ସ ନିରାକରଣ ପାଇଁ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ। ଶେଷରେ ଯୁବ ରେଡ଼କ୍ରସ ସହ ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ପ୍ରଦୀପ ଦିଗାଲ, ସୌମେନ୍ଦୁ ପଣ୍ଡା, ସିମାଞ୍ଚଳ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, ରାମଚନ୍ଦ୍ର ନାୟକ, ବଳରାମ ଗୌଡ଼ ଏବଂ ମହେଶ୍ୱର ନାଇକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗଣିତ ବିଭାଗ ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା ପରିଚାଳନା କରିବା ସହିତ ଆତ୍ମ ସଂଯମ ଏବଂ ଶୃଙ୍ଖଳା ଦ୍ୱାରା ଏଡସ୍ ସମାଜରୁ ମୂଳୋତ୍ପାଟନ ହୋଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ I ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୀମାଞ୍ଚଳ ମହାନ୍ତି ଏଡସ୍ ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ I ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ଅନୀତା ଗୌଡ଼ ଏଡସ୍ ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ I ବିପ୍ର ଚରଣ ତ୍ରୀପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.