ନବରଙ୍ଗପୁର ତା ୨୮.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ମଣ୍ଡେଇ ମହୋତ୍ସବ -୨୦୨୪ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଆଦିବାସୀ ଲୋକକଳା,ଜୀବନୀ,ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷିତ ଚିତ୍ରକୁ କଳାକାରମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର କାନ୍ଥ ରେ ନିଜର ଚିତ୍ରକଳାକୁ ଆଙ୍କିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ,ପୌରପାଳିକା,ବିଭିନ୍ନ ସ୍କୁଲ୍,କଲେଜ ରୁ ୩୬ ଜଣ ପ୍ରତିଯୋଗୀ ମାନେ ଭାଗ ନେଇ ନିଜର ଆବଶ୍ୟକୀୟ ସାମଗ୍ରୀରେ ଦୀର୍ଘ ୩ ଘଣ୍ଟା ସମୟ ମଧ୍ୟରେ ଚିତ୍ରକଳା କୁ କାନ୍ଥରେ ଆଙ୍କିଛନ୍ତି ।ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ସିନିଅର ଗ୍ରୁପ ରେ ଟୁନା ସୌରା, ପ୍ରଜ୍ଞାସ୍ମିତା ନାୟକ,ଶଙ୍କର ଯାନି ଏବଂ ସୁପର ସିନିଅର ଗ୍ରୁପ ରେ ଗୋପାଳ ଶୌରା, ଗୁପ୍ତ କୁମ୍ବାର ଓ ସୁବାସ ଚନ୍ଦ୍ର ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଛନ୍ତି।ଏହି ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଣ୍ଡେଇ ପଡିଆ ରେ ପୁରସ୍କୃତ କରାଯିବ। ଚିତ୍ରାଙ୍କନ ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ।ବିଚାରପତି ରୂପେ ପବିତ୍ର ଦତ୍ତ, ମାଧବ ମଣ୍ଡଳ ଏବଂ ବସନ୍ତ ବେନ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ପ୍ରତିଯୋଗିତା ଆୟୋଜନରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଶିଆ ହରିଜନ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଡି ପି ଇ ଓ ପ୍ରଭାତ ପଟ୍ଟନାୟକ ,ଆତ୍ମାରାମ ସାହୁ , ନୀଳକଣ୍ଠ ନାଏକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post