ବିଜେପୁର/ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଆଜି ଭାର ପ୍ରାପ୍ତ ଚିକିତ୍ସାଧିକାରୀ ଡା.ସୁଶାନ୍ତ ମେହେର ସବୁଜ ବାନା ଉଡ଼ାଇ ସୁସଜ୍ଜିତ ରଥର ଶୁଭାରମ୍ଭ କରିଥିଲେ। ଏକ୍ରମରେ ସଚେତନତା ସପ୍ତାହ ପୁରୁଷ ବନ୍ଧ୍ୟାକରଣ ପକ୍ଷ ୨୧ ନଭେମ୍ବର ରୁ ୨୭ ନଭେମ୍ବର, ୨୦୨୪ ସେବା ପ୍ରଦାନ ସପ୍ତାହ: ୨୮ ନଭେମ୍ବର ରୁ ୨୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ “ପତିପତ୍ନୀ ମିଶି କରନ୍ତୁ ଆରମ୍ଭ, ପରିବାର ନିୟୋଜନ ଚର୍ଚ୍ଚାର ଶୁଭାରମ୍ଭ ବୋଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି। ଏହି ରଥ ସମଗ୍ର ବିଜେପୁର ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମକୁ ଯାଇ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରିବା ସଙ୍ଗେ ସଙ୍ଗେ ପ୍ରଚାର ପତ୍ର ବଣ୍ଟନ କରି ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ଡା.ମେହେର ସୂଚନା ପ୍ରଦାନ କରିଛନ୍ତି। ଏଅବସରରେ ଆୟୁଷ ବିଭାଗୀୟ ଡ଼ା.ସୁଦିପ୍ର ପଧାନ,ବି.ଏନ.ଏଲ.ଡବ୍ୟୁ ଅମିତ କୁମାର ସାହୁ, ଏମ.ଆର.ଏ କମ ଡି.ଇ.ଓ ଆଇଡିଏସପି କ୍ଷିରୋଦ ସାହୁ, କୁନା ମେହେର, ବ୍ଳକ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ, କନିଷ୍ଠ ସହାୟକ ପ୍ରଦୀପ ପାଣିଗ୍ରାହୀ, ବି.ଏ.ଏମ ବାଲଗୋପାଳ ପଣ୍ଡା,ଏସ.ଟି.ଏସ ଦେବାଶିଷ ଦେବତା,ଭିଏସ କ୍ଲାର୍କ ବବୁଲ ପରଡିଆ କୁମାର ସାହୁ,ଆଶା ତପସ୍ୱିନୀ ବେହେରା, ଜାନକୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.