ସାବଧାନ : ବାହାରେ ଫେରିଲେ ୫୦ ଫାଇନ

0

 ଓଡଗାଁ ଏନ୍ଏସିିକୁ ବାହ୍ୟ ଶୈାଚମୁକ୍ତ ସହର ଘୋଷଣା : ସ୍ୱଚ୍ଛ ଓଡଗାଁ ସୁସ୍ଥ ଓଡଗାଁ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ବିଜ୍ଞାପିତ ଅଂଚଳ ପରିଷଦ ଓଡ଼ଗାଁକୁ ବାହ୍ୟ ଶୈାଚମୁକ୍ତ ସହର ଘୋଷଣା କରାଯାଇଛି । ସ୍ୱଚ୍ଛ ଓଡଗାଁ ସୁସ୍ଥ ଓଡଗାଁ ଗଢିବାକୁ ହେଲେ ପଥମେ ନିଜେ ବାହ୍ୟ ଏବଂ ଆଭ୍ୟନ୍ତରୀଣ ସ୍ତରରେ  ସ୍ୱଚ୍ଛ ହେବା ଦର୍କାର । ତେବେ ଯାଇ ଆମେ ସ୍ୱଚ୍ଛ, ସୁସ୍ଥ ଏବଂ ସୁନ୍ଦର ଓଡ଼ଗାଁ ଗଠନ କରିପାରିବା । ସ୍ୱଚ୍ଛ ଭାରତ ମିଶନ ଜରିଆରେ ଓଡ଼ଗାଁ ଏନଏସିକୁ ବାହ୍ୟ ଶୈାଚମୁକ୍ତ ଅଂଚଳ ଘୋଷଣା ପାଇଁ ଆଜି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ  ସାଧାରଣ ସମାବେଶରେ ଅତିଥିମାନେ ଏହି ମତ ରଖିଥିଲେ । ଆୟୋଜକ ଓଡ଼ଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥିଭାବେ ଓଡଗାଁ ତହସିଲଦାର ପ୍ରମୋଦ କୁମାର ନାୟକ ଯୋଗ ଦେଇଥିବା ବେଳେ ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା, ଜିଲ୍ଲାକେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ ଓ ଜିଲ୍ଲାପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ ଅତିଥିଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ  ଓଡ଼ଗାଁ ଏନ୍ଏସିରେ ସାଧାରଣ ଲୋକଙ୍କ ପାଇଁ ୬ଗୋଟି ଶୈାଚାଳୟ  ଓ ଗୋଟିଏ କମ୍ୟୁନିଟି  ଶୈାଚାଳୟ ନିର୍ମାଣ କରାଯାଇଛି । ପଂଚାୟତ ସମୟରେ ୧୭୧୩ଗୋଟି ନିଜସ୍ୱ ପାଇଖାନା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଚଳିତ ବର୍ଷ ୬୫୪ଟି ପରିବାର ପାଇଖାନା ପାଇଁ ଆବେଦନ କରିଛନ୍ତି ଓ ସେମାନଙ୍କୁ ଯଥାଶୀଘ୍ର ପାଇଖାନା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ । ତେବେ ବାହାରେ ଶୈାଚ କରୁଥିବା ବ୍ୟକ୍ତିଙ୍କୁ ୫୦ ଟଙ୍କା ଆର୍ଥିକ ଦଣ୍ଡ କରାଯାଇଛି ବୋଲି କହିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ଏନଏସି ଦ୍ୱାରା ନିର୍ମାଣ କରାଯାଇଥିବା ଶୈାଚାଳୟ ଗୁଡିକୁ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ସେଗୁଡିକ ଠିକ ରୁପେ ବ୍ୟବହାର ହୋଇପାରୁନଥିବା ଅଭିଯୋଗ ରହିଛି । ଓଡ଼ଗାଁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପ୍ରତିଦିନ ଏଠାକୁ ବାହାରୁ ଅନେକ ଯାତ୍ରୀ ଶ୍ରୀରଘୁନାଥ ଜିଉଙ୍କ ଦର୍ଶନ ପାଇଁ ଆସି ବହୁ ଅସୁବିଧାର ସମୁଖିନ ହୋଇଥାନ୍ତି । ଅନ୍ୟ ପକ୍ଷରେ ଯେଉଁ ୬୫୪ଜଣ  ଆବେଦନକାରୀଙ୍କ ଏପର୍ଯ୍ୟନ୍ତ ପାଇଖାନା ନିର୍ମାଣ ପାଇଁ ଆର୍ଥକ ସହାୟତା ମିଳିନାହିଁ ସେହି ପରିବାର କେଇଁଠାରେ ଶୈାଚହେବେ ଏ ନେଇ ପ୍ରଶ୍ନ ଉଠିଛି । ରାମସାଗର ପୋଖରିହୁଡା, ମହୋତ୍ସବ  ପଡିଆ, ଦଲକ , ମାନପୁର ଏବଂ ଖଜୁରିଆର ଅନେକ ସ୍ଥାନମାନଙ୍କରେ ଏବେବି ବାହ୍ୟ ଶୈାଚକୁ କେତେକ ଅଭ୍ୟାସଗତ ଭାବେ ଚାଲୁ ରଖିଥିବା ଦେଖିବାକୁ ମିଳିଛି । ତେଣୁ ଏନଏସିର ଏହି  ଘୋଷଣା ପରେ ଏହିସବୁ ପରିସ୍ଥିତି ବଦଳିଯିବ ବୋଲି ଆଶାକରାଯାଉଛି । 

 

Leave A Reply

Your email address will not be published.