ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସାଇ ସାହିତ୍ୟ ସଂସ୍ଥାନ ବିଳାସ ପୁର ଡେଲାଙ୍ଗ , ପୁରୀ ଆନୁକୂଲ୍ୟରେ ବିଳାସ ପୁର ସ୍ଥିତ ସତ୍ୟସାଇ ପ୍ରାଙ୍ଗଣରେ ୧୩ତମ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଦୁଇଟି ଅଧିବେଶନ ର ଆୟୋଜନ କରାଯାଇଥିଲା।
ପ୍ରଥମ ଅଧିବେଶନରେ ବିଶିଷ୍ଟ କବି ସଭାପତିତ୍ବ କରିଥିଲାବେଳେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ରବିନ୍ଦ୍ରନାଥ ଷଡ଼ଙ୍ଗୀ ମହୋତ୍ସବ ଟିକୁ
ଉଦଘାଟନ କରିଥିଲେ। ବିଶିଷ୍ଟ ସମାଜସେବୀ ନଗେନ ପ୍ରଧାନ ମୁଖ୍ୟ ଅତିଥି , କବି ରମେଶ ଚନ୍ଦ୍ର ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସମାଜରେ ନାରୀର ଭୂମିକା ସଂପର୍କ ରେ ମତବ୍ୟକ୍ତ କରିଥିଲେ।
ତାପରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା ଏଥିରେ ବିଶିଷ୍ଟ ସମାଜସେବୀ ସାଧୁ ଚରଣ ବେହେରା ସଭାପତିତ୍ବ କରିଥିବାବେଳେ ବିଶିଷ୍ଟ ଅତିଥି ଭାବେ ଡ଼ଃ ପ୍ରିୟମ୍ବଦା ଦାଶ , ସମାଜସେବୀ ଶଶଧର ପଣ୍ଡା , ବୈଜ୍ଞାନିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା , ବ୍ୟଙ୍ଗ କବି ସଂପଦ ରଥ , ସରପଞ୍ଚ ହିରଣ୍ୟମୟୀ ମହାପାତ୍ର ଯୋଗଦେଇଥିଲେ। ଏହି ଆସରରେ ଯୋଗଦେଇ ଥିବା ପଶ୍ଚିମ ବଙ୍ଗ , କୋରାପୁଟ , ଗଜପତି , ରାୟଗଡା , ଗଞ୍ଜାମ , ନୟାଗଡ଼ ଓ ପୁରୀ ଜିଲ୍ଲା ମାନଙ୍କ ରୁ ଆସିଥିବା ଦେଢ଼ଶହ କବି ଓ କବୟିତ୍ରୀ ଯୋଗ ଦେଇ ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ।
ଏହି ଅବସରରେ ପ୍ରତ୍ୟେକ ଜିଲ୍ଲା ର କବି ଓ କବୟିତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇ ଉତ୍ସାହିତ କରାଯାଇଥିଲା। ପାରଳାଖେମୁଣ୍ଡି ର “ଆକାଂକ୍ଷା” ମହିଳା ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଙ୍କୁ ସାଇ ସମ୍ମାନ -୨୦୨୪ ପ୍ରଦାନ କରାଯାଇଥିଲା।
ଶେଷରେ ସାଇ ସଂସ୍ଥାନ ର ସଂପାଦକ ଶ୍ରୀ ସୁଦର୍ଶନ ପ୍ରଧାନ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post