୭୬ ତମ ଏନ୍ ସି ସି ଦିବସ ଆଡମ୍ବର ସହକାରେ ପାଳିତ

5

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ୭୬ ତମ ଏନ୍ ସି ସି ଦିବସ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାଡେଟ ମାନଙ୍କୁ ଦେଶମାତୃକାର ସେବାରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ।
ଏଏନ୍ ଓ ଜଗନ୍ନାଥ ପଟ୍ଟନାୟକ କ୍ୟାଡେଟ ମାନଙ୍କୁ ଶପଥ ପାଠ କରାଇଥିଲେ। ବିଦ୍ୟାଳୟର ଏନ୍ ସି ସି ନାଭାଲ ଓ ଆର୍ମୀ କ୍ୟାଡେଟ ମାନେ ସୁନ୍ଦର ମାର୍ଚ୍ଚ ପାଷ୍ଟ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ଉପସ୍ଥିତ ରହି କ୍ୟାଡେଟ ମାନଙ୍କୁ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା କ୍ୟାଡଟ ମାନଙ୍କୁ ପୁରସ୍କୃତ କରିଥିଲେ। ନାଭାଲ ଅଫିସର ଶ୍ରୀ ସୋମନାଥ ଦାସ ଉପସ୍ଥିତ ରହିବା ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Leave A Reply

Your email address will not be published.