ଚାରୁ ଓ କାରୁକଳା ବିଦ୍ୟାଳୟ ପକ୍ଷରୁ ଷଷ୍ଠ ଶ୍ରେଣୀ ଛାତ୍ର ଶ୍ରୀରାମ ପ୍ରସାଦ ଆଙ୍କୁଲଙ୍କୁ ସମ୍ବର୍ଦ୍ଧନା

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ବିଭାଗ ତରଫରୁ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ର ଚାରୁ ଓ କାରୁକଳା ବିଦ୍ୟାଳୟର ଛାତ୍ର ତଥା ଜବାହର ନବୋଦୟର ଷଷ୍ଠ ଶ୍ରେଣୀ ଛାତ୍ର ଶ୍ରୀରାମ ପ୍ରସାଦ ଆଙ୍କୁଲୁ ଙ୍କୁ ମେମୋଣ୍ଟ , ପ୍ରମାଣପତ୍ର ସହ ରାଜ୍ୟ ସରକାରଙ୍କ ଠାରୁ ୫୦,୦୦୦/-(ପଚାଶ ହଜାର ଟଙ୍କା) ଚେକ୍ ଗ୍ରହଣ କରିଛନ୍ତି।
ଚିତ୍ରଟି ଥିଲା “ଶକ୍ତି ସଂରକ୍ଷଣ”। ୩୦ ଜିଲ୍ଲାରୁ ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥଲେ। ଡିସେମ୍ବର ୧୫ ତାରିଖରେ ଛାତ୍ର ଆଙ୍କୁଲ କେନ୍ଦ୍ର ସରକାରଙ୍କ ତତ୍ତ୍ଵାବଧାନରେ ନୂଆଦିଲ୍ଲୀରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି। ଏହି ଅବସରରେ ଏହି ଛାତ୍ରଙ୍କୁ ପୁନଃ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା , ଅଧ୍ୟକ୍ଷ ତଥା ସମ୍ପାଦକ କଳାଶ୍ରୀ ମୂରଲୀଧର ପରିଚ୍ଛା , ବିଦ୍ୟାଳୟର ଶିକ୍ଷକ ସୁଜ୍ଞାନଚାନ୍ଦ ବ୍ରହ୍ମା , ଜ୍ୟୋତି କୁମାରୀ ବେହେରା , ଦମୟନ୍ତୀ ବରାଡ , ପୁରୁଷୋତ୍ତମ ଶବର ସ୍ଥାନୀୟ ଗାନ୍ଧି ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶ୍ରୀମାନ ଅଙ୍କୁଲଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

Leave A Reply

Your email address will not be published.