ଭବାନୀପାଟଣା:ରୋହିତ କୁମାର ନାଏକ ( ଶାସକ ପ୍ରଶାସକ):ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ପରିବେ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲା ର ୫୦ ଟି ଗ୍ରାମ ରେ ପରିବେଶ ସୁରକ୍ଷା ଉପରେ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ କୁ ପରି ନାମ ରେ ଅଭିଯାନ ଆରମ୍ଭ କରାଯାଇଅଛି। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଲୋକମାନଙ୍କୁ ପରିବେଶ ପ୍ରଦୂଷଣ ଉପରେ ସଚେତନ କରାଯାଇଥିଲା। ଯେପରିକି ଗ୍ରାମ ବାସୀ ମାନଙ୍କ ଦ୍ଵାରା ନାଟକ ପରିବେଷଣ, ଅଧିବେଶନ, ପଥପ୍ରାନ୍ତ ନାଟକ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କ ସହ ସଚେତନତା ଅଧିବେଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମରେ ପରିବେଶ ସୁରକ୍ଷା ଜନିତ ନୁକ୍କଡ ନାଟକ ଦ୍ଵାରା ପରିବେଶ କୁ କେମିତି ସୁରକ୍ଷିତ ରଖିବା ତାହା ଉପରେ ସ୍ଥାନୀୟ ଜନସାାରଣଙ୍କୁ ସଚେତନତା କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଘରୋଇ ପ୍ରଦୂଷଣ କୁ କେମିତି କମ୍ କରିବା, ଶୁଖିଲା ଏବଂ ଓଦା ଅଳିଆ କୁ ଅଲଗା କରି ରଖିବା ଓ ପ୍ଲାଷ୍ଟିକ ଜିନିଷ ର ଯେତେ ସମ୍ଭବ କମ୍ ବ୍ୟବହାର କରିବା। ଏହି କାର୍ଯ୍ୟକ୍ରମ ଶେଷରେ ଲୋକ ମାନଙ୍କୁ ଅଧିକ ଆକର୍ଷିତ ଏବଂ ଭଲ ଭାବରେ ସେମାନେ କିପରି ପରିବେଶ ଉପରେ ଜାଣିବେ ସେଥିପାଇଁ ପାଞ୍ଚଟି ଟି ପ୍ରଶ୍ନ ପଚରା ଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଆଉ ଯେଉଁମାନେ ଠିକ୍ ଉତ୍ତର ଦେଇଥିଲେ ସେମାନଙ୍କ ଭିତରୁ ପାଞ୍ଚ ଜଣ ଙ୍କୁ ପୁରସ୍କାର ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ବର୍ଷା ରାଣୀ ଦାଶ ଏବଂ ମମତା ର ସମସ୍ତ କର୍ମକର୍ତ୍ତା ମାନେ ସାଞ୍ଚଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.