ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବ୍ଲକ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ର ଭିର୍ତ୍ତିପ୍ରସ୍ତର ସ୍ଥାପନ

6

ବିଜେପୁର /ସୁଶାନ୍ତ ସାହୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୂର୍ତ୍ତ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ୮୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବ୍ଲକ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟକୁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କୋମଳ ହସ୍ତରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଯାଇଛି l ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସୀତା ବାରିକ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ l ପ୍ରାରମ୍ଭ ପୂର୍ତ୍ତ ବିଭାଗ, ବରଗଡ଼ ଏସ.ଡି.ଓ ସ୍ମୃତିସୁଧା ସାହୁ ତଥା ମେଡିକାଲ ଅଫିସର ଡା.ସୁଶାନ୍ତ ମେହେର ବିଧାୟକ ଶ୍ରୀମାନ ଗଡତୀୟାଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସ୍ୱାଗତର ସହ ପାଛୋଟି ଆଣିଥିଲେ l
ପରେ ପଣ୍ଡିତ ଶୁକଦେବ ଦାସଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜାର୍ଚ୍ଚନା କଲାପରେ ମାନ୍ୟବର ବିଧାୟକ ଶ୍ରୀମାନ ଗଡତୀୟା ନିଜ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏ ଅବସରରେ ପୂର୍ତ୍ତ ବିଭାଗ ବରପାଲିର କନିଷ୍ଠ ଯନ୍ତ୍ରୀ ଦୁବରାଜ ହେମ୍ରମ,ପି.ଏଚ.ଇ.ଓ ସୁଦାମ ଚରଣ ପାଣିଗ୍ରାହୀ, ଆୟୁଷ ଡା. ସୁଦିପ୍ତ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା କବିତାଞ୍ଜଳୀ ଦାଶ,ସୁପରଭାଇଜର ଅମିତ କୁମାର ସାହୁ,କୁମର ସାହୁ,ବି.ପି.ଓ ବିଜୟ କୁମାର ସରାପ,ବି.ଡି.ଏମ ନାରାୟଣ ପାଢ଼ୀ,ଏମ୍.ଆର .ଏ କ୍ଷିରୋଦ ସାହୁ,ଏସ ଏସ.ଟି ଦେବାଶିଷ ଦେବତା, ଦେବେନ୍ଦ୍ର ପଧାନ, କୁନା ମେହେର,କ୍ଷେତ୍ରବାସୀ ସାହୁ, ରାକେଶ ଷାଣ୍ଢ ପ୍ରମୁଖ ଯୋଗଦେଇ ଥିବା ବେଳେ ବିଜେପୁର ର ଅନେକ ବୁଦ୍ଧିଜୀବୀଙ୍କ ସମେତ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Leave A Reply

Your email address will not be published.