ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି।
ଏହି ଦିବସରେ ଶ୍ରୀମତୀ ଲିସା ବେହେରା , ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ ଗଜପତି , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡାକ୍ତର ତୁଷାର ରଞ୍ଜନ ସାହୁ , ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି , ଶ୍ରୀ ରାମ ପ୍ରାସାଦ ପାତ୍ର , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ , ଜଳ ବିଭାଜିକା , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ , ଶ୍ରୀ ମହେଶ୍ବର ମଣ୍ଡଳ , ଲିଡ ବ୍ୟାଙ୍କ ପରିଚାଳକ ଗଜପତି ଓ ପ୍ରଫେସର ସମ୍ବିତ ସ୍ୱାଇଁ ଡିନ , ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ପ୍ରମୁଖ ମଞ୍ଚାସିନ ଥିଲେ।
ଜିଲ୍ଲାପାଳ କହିଥିଲେ ଯେ ଗଜପତି ଜିଲ୍ଲାରେ ଛୋଟ ବଡ଼ ଜଳାଶୟ ଥିବାରୁ ମାଛ ଚାଷ କରିବା ପାଇଁ ବହୁତ ଉପଯୋଗୀ ରହିଛି। ମାଛ ଏକ ଲାଭ ଜନକ ଚାଷ ଏଥି ନିମନ୍ତେ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଏଣୁ ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନେ ଅଧିକରୁ ଅଧିକ ମାଛ ଚାଷ କରି ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।
ସେହିପରି ନିଜେ ମାଛ ଚାଷ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନତା କରି ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିପାରିବେ। ଯଦି କୌଣସି ହିତାଧିକାରୀ ମାଛ ଚାଷ କରିବା ପାଇଁ ବିଭିନ୍ନ ସମସ୍ୟା ରହିଅଛି ତେବେ ୧୫୫୧ ନମ୍ୱର କୁ ଯୋଗାଯୋଗ କରି ଅଧିକ ସହାୟତା ପାଇପାରିବେ। ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କଲେ ମାଛ ଚାଷୀ ଭାଇମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି ଦିବସରେ ମାଛ ଚାଷ ଓ ଜାଆଁଳା ଉତ୍ପାଦନ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଦତିରେ କିପରି ଚାଷ କରିପାରିବ ସେଥି ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀମାନେ ଚାଷୀ ଭାଇ ଭଉଣୀମାନଙ୍କୁ ବୁଝାଇ ଥିଲେ। ଏହି ଅବସରରେ ଜିଲ୍ଲାର ତିନି ଜଣ ସଫଳ ମାଛ ଚାଷୀ ତଥା ସବାଣି ମଣ୍ଡଳ , ନୂଆଗଡ ବ୍ଲକ୍ , ମା ଭବାନୀ ସ୍ଵୟଂ ସହାୟକ ଗୋଷ୍ଠୀ ରାୟଗଡ ବ୍ଲକ ଓ କୃଷ୍ଣ ଚନ୍ଦ୍ର ନାୟକ ଗୁମ୍ମା ବ୍ଲକ ଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପୁରସ୍କାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ନାରାୟଣ ମହାପାତ୍ର , ଜିଲ୍ଲାର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀ , ଚାଷୀ , ଉଦ୍ୟୋଗୀ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି , ସହକାରୀ ମତ୍ସ୍ୟ ଅଧିକାରୀ ରାୟଗଡ଼ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.