ପଦ୍ମପୁର :- ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ 2024-25 ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଶିକ୍ଷକ ନିରାକାର ପ୍ରଧାନ ସଭା ପରିଚାଳନା ଓ ଧଳେନ୍ଦ୍ର କୁମାର ବାରିକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦେଶ୍ୟ ଜ୍ଞାପନ ଓ ବିବରଣୀ ପଠନ କରିଥିଲେ l ସମ୍ମାନିତ ଅତିଥିଭାବେ ଶ୍ରୀ ଲୋକନାଥ ଭୋଇ ପଦ୍ମପୁର ବିଇଓ, ଶୁଭମପତି ଝାରବନ୍ଧ ବିଇଓ,ଜନକଲାଲ ମେହେର ଅବସରପ୍ରାପ୍ତ ବିଇଓ, ଶିକ୍ଷାବିଦ ମଧୁସୁଦନ ଦାସ, ସୁଶ୍ରୀ ସୁସ୍ମିତା ସାହୁ ବରଗଡ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଶିକ୍ଷୟିତ୍ରୀ , ସୁବାଷ ଚନ୍ଦ୍ର ଝଗରା ସରପଞ୍ଚ ଲଖମରା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୀତାନାଥ ସାହୁ, ତ୍ରିବିକ୍ରମ ନାଏକ ବିଦ୍ୟାଳୟ ପରିଚାଳନା ସଭାପତି, ଶିବାନୀ ଲୁହାର ସମିତି ସଭ୍ୟା,କଳ୍ପନା ସାହୁ ପ୍ରଧାନ ଶିକ୍ଷୟତ୍ରୀ, ନାରାୟଣ ବେହେରା ବିଦ୍ୟାଳୟ ପ୍ରତିଷ୍ଠାତା ଙ୍କ ପୁତ୍ର ପ୍ରମୁଖ ଯୋଗଦାନ କରି ବୈଜ୍ଞାନିକ ମନୋବୃତ୍ତି ର ବିକାଶ ପାଇଁ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ର ଭୂମିକା ବିଷୟରେ ଆଲୋକପାତ କରିଥିଲେ l ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରୀ ମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥି ଙ୍କୁ ସ୍ୱାଗତ କରିବା ପରେ ସ୍ୱାଗତ ସଂଗୀତ ଗାନ କରିଥିଲେ l ଝାରବନ୍ଧ ଓ ପଦ୍ମପୁର ବ୍ଲକ ରୁ 10 ଜଣ ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ l ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ସମୁଦାୟ 165 ଟି ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ଶିଶୁ ବୈଜ୍ଞାନିକ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l ଶିକ୍ଷକ ବ୍ରଜକିଶୋର ଭୀଲ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ରାଜବୋଡା ସମ୍ବର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ସଭାପତିତ୍ୱ କରିଥିଲେ l ଶ୍ରୀମାନ ପ୍ରଦୀପ ପୁରୋହିତ ମାନ୍ୟବର ବରଗଡ ସାଂସଦ ମୁଖ୍ୟ ଅତିଥି, ଶ୍ରୀମତୀ ବାସନ୍ତୀ ବାଲାମ ଜିଲ୍ଲା ପରିଷଦ ସଦସ୍ୟା, ରମାକାନ୍ତ ମିଶ୍ର ମୋ ସ୍କୁଲ ସଭାପତି ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଲଖମରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଭିନ୍ନ ବିଷୟରେ ପ୍ରଥମ ସାତ ଟି ସ୍ଥାନ ରେ ସ୍ଥାନିତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ ଓ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏହି ଅବସରରେ ଲଖମରା ଗ୍ରାମବାସୀ ଙ୍କ ତରଫରୁ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈଷ୍ଣବ ପଣ୍ଡା ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈଷ୍ଣବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଲଖମରା ଗ୍ରାମବାସୀ ଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁବ୍ୟବସ୍ଥିତ ଢଙ୍ଗ ରେ ସମାପନ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post