ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗତ ୬ ତାରିଖରେ ବେଲଗୁଣ୍ଠା ଏନ୍.ଏ.ସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଏନ୍ଏସିର ୧୧ ଜଣ କାଉନସିଲର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମେ ଏନ୍.ଏ.ସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ୍ ଅନୁଷ୍ଠିତ ହୋଇଯାଇଛି ।ସୂଚନା ମୁତାବକ ନିର୍ବାଚନ ଅଧିକାରୀ ତଥା ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ୍ କୁମାର ସେଠୀ, ମାଜିଷ୍ଟ୍ରେଟ୍ ତଥା ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଉପସ୍ଥିତିରେ ଭୋଟ୍ ଗ୍ରହଣ ହୋଇଥିଲା । ଏହି ସମୟରେ ନଗରପାଳ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ସମେତ ବାର ଜଣ କାଉନସିଲର ଉପସ୍ଥିତ ଥିଲେ ।ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଠ ନମ୍ବର୍ କାଉନସିଲର୍ ପ୍ରଗତି ପାତ୍ର ଅନୁପସ୍ଥିତ ଥିଲେ ।ଠିକ୍ ମଧ୍ୟାହ୍ନ ୧୨ଟା ସମୟରେ ଅନାସ୍ଥା ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା Iଦିବା ୧୨.୩୦ ମିନିଟ୍ ସମୟରେ ଭୋଟ୍ ଗଣତି ହୋଇଥିଲା ।ତେବେ ଅନାସ୍ଥା ସପକ୍ଷରେ ସମସ୍ତ ୧୨ କାଉନସିଲର୍ ଙ୍କ ଭୋଟ୍ ଯାଇଛି ବୋଲି ଗଣତି ପରେ ଉପଜିଲ୍ଲାପାଳ ଶ୍ରୀ ସେଠୀ ପ୍ରକାଶ କରିଥିଲେ । ଫଳରେ
ଆନୁଷ୍ଠାନିକ ଘୋଷଣା ଖାଲି ବାକି ଥିବା ବେଳେ ଉପାଧ୍ୟକ୍ଷା ନିଜର ପଦବୀ ହରାଇବା ସ୍ପଷ୍ଟ ହୋଇଯାଇଛି Iଭୋଟ୍ ଗ୍ରହଣ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଏସ୍ଆଇ ଅଭୟ ପ୍ରଧାନ,ନାରାୟଣ ନାୟକ,ଏଏସ୍ଆଇ ଅନୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ଗତ ପୌର ନିର୍ବାଚନ ବେଳେ ଟି.ବବିତା କୁମାରୀ ବିଜେଡି ଛାଡ଼ି ବିଜେପି ରେ ଯୋଗ ଦେଇଥିଲେ । ନିର୍ବାଚନରେ ବେଲଗୁଣ୍ଠା ଏନ ଏ ସି ରେ ନଗରପାଳ ସହ ୧୩ ରୁ ୧୩ ୱାର୍ଡ ବିଜେଡି ଦଖଲ କରିଥିବା ବେଳେ ୭ ନମ୍ବର କାଉନସିଲର ଟି.ବବିତା କୁମାରୀ ଉପାଧ୍ୟାକ୍ଷା ଭାବେ ନିର୍ବାଚିତ ହୋଇଥିଲେ ।କିନ୍ତୁ କୋଣଠେସା ହେଉଥିବା ଅଭିଯୋଗ ଆଣି ଗତ ସାଧାରଣ ନିର୍ବାଚନରେ ସେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ଉପସ୍ଥିତିରେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ଏ ନେଇ ବେଲଗୁଣ୍ଠାରେ ଚର୍ଚ୍ଚା ଜୋର୍ ଧରିଛି ।
Sign in
Sign in
Recover your password.
A password will be e-mailed to you.