ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା-ବାଲିପଦର ମୁଖ୍ୟ ସଡ଼କ ସ୍ଥିତ ବିଶ୍ୱନାଥ ବିହାର ଠାରେ ଫ୍ଲାଏରାଇଡ୍ସ କମ୍ପାନୀର ଏକ ନୂତନ ଇ-ସ୍କୁଟି ସୋ ରୁମ୍ ଉଦ୍ଘାଟିତ ହୋଇଯାଇଅଛି ।ଉଦ୍ଘାଟନୀ ଦିବସର ପ୍ରଥମ ଗ୍ରାହକ ଭାବେ ସନ୍ତୋଷ ପତି ଉଦ୍ଘାଟନ କରିଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଆଜି କାଲି ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଇଲେକ୍ଟ୍ରୋନିକ ବାଇକ୍ ଓ ସ୍କୁଟିର ଚାହିଦା ବୃଦ୍ଧି ପାଉଛି ।ଏହି ସ୍କୁଟି ମଧ୍ୟ ଚାଳକ ଫ୍ରେଣ୍ଡଲୀ ହୋଇଥିବା ବେଳେ ଦୁଇ ପ୍ରକାରର ବ୍ୟାଟେରୀ ମୋଡେଲ୍ ରେ ଉପଲବ୍ଧ । ସାଧାରଣ ବ୍ୟାଟେରୀରେ ଗୋଟିଏ ଥର ଚାର୍ଜରେ ୮୦ କିଲୋମିଟର ଯାଉଥିବା ବେଳେ ଲିଥିୟମ୍ ବ୍ୟାଟେରୀରେ ୧୧୦ କିଲୋମିଟର ଚାଲିବ ବୋଲି ସୋରୁମ୍ ମାଲିକ ସୁର୍ଯ୍ୟ ନାରାୟଣ ତ୍ରୀପାଠୀ ପ୍ରକାଶ କରିଛନ୍ତି ।ଏଥି ସହିତ ୨୪/୭ ସର୍ଭିସ୍ ସହିତ ମୋବାଇଲ ମେକାନିକ୍ ବି ଉପଲବ୍ଧ ବୋଲି ସେ କହିଥିଲେ ।ବର୍ତମାନ ଲଞ୍ଚିଙ୍ଗ୍ ଅଫର୍ ଭାବେ ଗୋଟିଏ ଇ-ସ୍କୁଟି ସହିତ ଗୋଟିଏ ଏକ୍ୱାଗାର୍ଡ ମାଗଣା ରଖାଯାଇଛି ବୋଲି ସୂଚନା ମିଳିଛି ।ଅନ୍ୟ ମାନଙ୍କ ମଧ୍ୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ନୀର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର,ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୂ, ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ ଓ ଅନ୍ୟ ସଦସ୍ୟ ତଥା ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post