ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପୁଖାମୁଣ୍ଡା ଶ୍ରୀଶ୍ରୀ ଷଣ୍ଢେଶ୍ୱର ମନ୍ଦିର ପରିସରରେ ନିର୍ମାଣାଧୀନ ଶନିଦେବ ମନ୍ଦିରର ରତ୍ନମୁଦ ମହୋତ୍ସବ ଦୁଇଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି। ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ଶଙ୍ଖ,ଦୁଲଦୁଲି ବାଜା ତଥା କିର୍ତ୍ତନ୍ୟର ତାଳେତାଳେ କଳସ ଶୋଭାଯାତ୍ରା ମାଁ ମାଉସୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।ପରେ ପୂଜା ମଣ୍ଡପରେ କଳସ ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୋଇଥିଲା। କର୍ତ୍ତା ଭାବେ ନିର୍ମଳ ମେହେର ଏବଂ ତାଙ୍କ ସହଧର୍ମିଣୀ ପଦ୍ମିନୀ ମେହେର ଦାୟିତ୍ଵ ତୁଲାଇଥିଲେ। ମୁଖ୍ୟ ଆଚାର୍ଯ୍ୟ ଲୁଲୁ ମିଶ୍ର,ମାନସ ମିଶ୍ର, ଆଦିକନ୍ଦ ନାୟକ ଓ ଯଦୁମଣି ଦାଶ, ଗୋପାଳ ମିଶ୍ର, ସିଦ୍ଧାନ୍ତ ମିଶ୍ର ପୁରୋହିତ କର୍ମ ନିଷ୍ଠାର ସହ ସମ୍ପାଦନ କରିଥିଲେ।ପରେ ଇନ୍ଦ୍ର ଇନ୍ଦ୍ରାଣୀଙ୍କ ପୂଜା ଅର୍ଚ୍ଚନା କଲାପରେ, ମନ୍ଦିରର ଶିର୍ଷ କୁମ୍ବ ରେ ରିତୀନିତୀ ସହକାରେ ପୂଜା କର୍ମ ସମ୍ପାଦନ ପୂର୍ବକ ପଞ୍ଚ ରତ୍ନ, ଧନଧାନ୍ୟ ଅର୍ପଣ କରାଯାଇଥିଲା। ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡତୀୟା ରତ୍ନମୁଦ କାର୍ଯ୍ୟକ୍ରମରେ ଯୋଗଦେଇ ଆଶିଷ ଭିକ୍ଷା କରିଥିଲେ।ଏଅବସରରେ ବିଭିନ୍ନ କବି ସମ୍ମିଳନୀ,ବରକାନି ର ପାରାୟଣ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ବରଗଡର ଦୃଷ୍ଟି ହିନ ଭଜନ କାର୍ଯ୍ୟକ୍ରମ, କବି କୁଟୁମ୍ବ କୁ ନେଇ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପଦ୍ମଶ୍ରୀ ହଳଧର ନାଗ, କ୍ରାନ୍ତି କବି ହରିଲାଲ ସାହୁ,ରାମ ପ୍ରସାଦ ବାଗ, ସୁରେଶ ଚନ୍ଦ୍ର ଭୋଇ,ରବି ଚନ୍ଦ୍ର ସାହୁ, ଯଦୁମଣି ପଟେଲ,ମକଧ୍ୱଜ ସାହୁ,ମାରଖୁଲୁ ହରିପାଲ, ଧନେଶ୍ଵର ବିଶି ଓ କବୟିତ୍ରୀ ସାବିତ୍ରୀ ମେହେର ଏବଂ ସାଥୀ ଅହଲ୍ୟା ପଧାନ ପ୍ରମୁଖ କବିତା ଆବୃତ୍ତି କରିଥିବା ବେଳେ, ଆବାହକ ଦୁର୍ବାଦଳ ମେହେରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କବି ସମ୍ମିଳନୀର ସଂଯୋଜନା କରିଥିଲେ ମୁନିରାମ କୁମ୍ଭାର । ରାଜମିସ୍ତ୍ରୀ ଦେବାନନ୍ଦ ପ୍ରଧାନଙ୍କୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀମାନ ଚିତ୍ତରଞ୍ଜନ ମେହେର, ସଂପାଦକ ବିଶିକେଶନ ମେହେର ସହ ସମ୍ପାଦକ ହରିଲାଲ ସାହୁ, କୋଷାଧ୍ୟକ୍ଷ ସୁମନ୍ତ ପଧାନ ପ୍ରମୁଖ ମନ୍ଦିର କମିଟିର ସଦସ୍ୟ ବୃନ୍ଦ ଓ ମନ୍ଦିର କାର୍ଯ୍ୟ ଆଗେଇ ନେଉଥିବା ଶ୍ରୀମାନ ଦାମୋଦର ମେହେର ପ୍ରମୁଖ ଅଞ୍ଚଳବାସୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.