ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବୋଡାସମ୍ବର ସ୍ପୋର୍ଟିଂ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବୋଡାସମ୍ବର ସ୍ପୋର୍ଟିଂ ଆନୁକୂଲ୍ଯରେ ଆୟୋଜିତ ହେଉଥିବା ତଥା ଅଞ୍ଚଳ ରେ ପ୍ରସିଦ୍ଧ ଲାଭ କରିଥିବା ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୧୧ ରୁ ଆରମ୍ଭ ହେବ ବୋଲି ସ୍ପୋର୍ଟିଂ ତରଫରୁ ସୂଚନା ଦିଆଯାଇଛି। ୨୯ ବର୍ଷ ରେ ପଦାର୍ପଣ କରୁଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଦଶ ଗୋଟି ଦଳ ଅଂଶ ଗ୍ରହଣ କରିବେ। ଲିଗ୍ ମ୍ୟାଚ୍ ଗୁଡିକ ୩୫ ଓଭର, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ୪୦ ଓଭର ତଥା ସମସ୍ତ ମ୍ୟାଚ୍ ୱାନ୍ ଡେ ଫର୍ମାଟ ରେ ଖେଳାଯିବ। ବିଜେତା ଦଳ ପାଇଁ ନଗଦ ରାଶି ୭୦୦୦୦ ଟଙ୍କା ରଖା ଯାଇଥିବା ବେଳେ ଉପ ବିଜେତା ଦଳ ପାଇଁ ୪୦୦୦୦ ରଖାଯାଇଛି। ଦର୍ଶକ ତଥା ଅଞ୍ଚଳର କ୍ରୀଡ଼ା ପ୍ରେମୀ ମାନଙ୍କ ପାଇଁ ସୁସଜ୍ଜିତ ସ୍ଥାୟୀ ଏବଂ ଅସ୍ଥାୟୀ ଗ୍ୟାଲେରୀ ର ବ୍ୟବସ୍ଥା କରାଯାଇଥିବା ସମ୍ପାଦକ ଭରତ ପଣ୍ଡା ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୁନୀଲ ସାହୁ, ଉପସଭାପତି ଅବଦୁଲ ରେହେମାନ ଅଲ୍ଲି ଖାଁ, ସହ ସମ୍ପାଦକ ସରଜୁ ପଟ୍ଟନାୟକ, ମନିଷ ପଧାନ, କୋଷାଧକ୍ଷ ବିଜୟ କୁମାର ଦାଶ, ସହ – କୋଷାଧକ୍ଷ ଉଜ୍ୱଳ ଅଗ୍ରୱାଲ, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତି, କପିଲ ଅଗ୍ରୱାଲ, ବିକାଶ କୁମାର, ଶଙ୍କର ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post