ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )–:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଏନ ଏସ ଏସ କୋ ୟୁନିଟ ତରଫରୁ ବେଲଗୁଣ୍ଠା ନିକଟସ୍ଥ ତନରଡ଼ା ଗୋଶାଳା ଆଶ୍ରମ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଶିବିରରେ ଉଦଯାପନୀ ଉତ୍ସବ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତନରଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଠ ସମାଜସେବୀ ଅନିଲ କୁମାର ପାଠୀ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ରୋଟାରୀ କ୍ଲବର ପୂର୍ବତନ ପ୍ରାନ୍ତପାଳ ତଥା ବିଶିଷ୍ଟ ସମାଜସେବୀ ଭି ଦେବୀପ୍ରସାଦ ପାତ୍ର, ସମ୍ମାନିତ ଅତିଥି ଭାବେ କ୍ରୀଡା ଶିକ୍ଷକ ବିଶ୍ୱ ରଞ୍ଜନ ସ୍ୱାଇଁ ଓ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଯୋଗ ଦେଇଥିଲେ। ଏହି ସ୍ୱତନ୍ତ୍ର ସେବା ଶିବିର ପ୍ରୋଗ୍ରାମ ଅଫିସର ସପନ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଏକ ସପ୍ତାହ ପର୍ଯ୍ୟନ୍ତ ୫୦ ଜଣ ସ୍ବେଛାସେବୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏହି ଅବସରରରେ ୨୫ରୁ ଉର୍ଦ୍ଧ ଚାରା ରୋପଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଗୁଡିକର ରକ୍ଷଣା ବେକ୍ଷଣ ସକାଶେ ବଦ୍ଧ ପରିକର କରାଇଥିଲେ। ଉପସ୍ଥିତ ଅତିଥିବୃନ୍ଦ ବୃକ୍ଷରୋପଣ, ମହନଦାନ, ବୃକ୍ଷର ଉପକାରିତା ବିଷୟରର ବୁଝାଇବା ସହିତ ଗ୍ଲୋବାଲ ୱାର୍ମିଂ ରୁ କିପରି ରକ୍ଷା ପାଇପାରିବା ସେ ସମ୍ପର୍କରେ ମତ ଦେଇଥିଲେ। ଗୋରକ୍ଷା ଆଶ୍ରମର ଦାୟିତ୍ୱରେ ଥିବା ଭାଇ ଓ ଭଉଣୀ ମାନେ ସମସ୍ତ ସହାୟତା କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.