ପୂଜା ମଣ୍ତପ ବୁଲି ମା ଙ୍କ ଦର୍ଶନ କଲେ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ।

5

   ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଧୁମ୍ ଧାମରେ ମା କାଳୀ ଙ୍କ ପୂଜା ପାଳନ କରାଯାଇଛି। ଚାରି ପୂଜା କମିଟି ପକ୍ଷରୁ ମା ଙ୍କ ପୂଜା ପାଳନ ପୂଜା ମଣ୍ଡପ ରେ ଅନୁଷ୍ଟିତ ହୋଇଛି। ବିଭିନ୍ନ ସ୍ଥାନ ରୁ ହଜାର ହଜାର ଭକ୍ତ ମାନଙ୍କ ଗହଳ ଚହଳ ଲାଗି ରହିଛି। ଏହି ଅବସର ରେ ଭଦ୍ରକ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଯାଜପୁର ର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଜଗତ ସିଂ ପୁର ର ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଓ ଧାମନଗର ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ ସମସ୍ତ ପୂଜା ମଣ୍ଡପ କୁ ଯାଇ ମା ଙ୍କ ଦର୍ଶନ କରିଥିଲେ। ବାସୁଦେବପୁର ର ପ୍ରସିଦ୍ଧ କାଳୀ ପୂଜା ଖାଲି ଭଦ୍ରକ ଜିଲ୍ଲା ନୁହେଁ ସାରା ଓଡ଼ିଶା ରେ ମଧ୍ୟ ପ୍ରସିଦ୍ଧ ଲାଭ କରିଛି ବୋଲି ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଭାଗିରଥି ବଳ, ସୁରେଶ ଚନ୍ଦ୍ର ମହାନ୍ତି, ଅଗଣା ନାୟକ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।ସେହିପରି ଭାବରେ ପୂର୍ବତନ ବିଧାୟକ ବାସୁଦେବପୁର ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ବିଭିନ୍ନ ପଞ୍ଚାୟତ ର ସରପଂଚ, ସମିତି ସଭ୍ୟ ଓ ବିଜେଡି କର୍ମୀ ମାନଙ୍କ ସହ ସମସ୍ତ ପୂଜା ମଣ୍ଡପ ବୁଲି ମା ଙ୍କ ଦର୍ଶନ କରିଥିଲେ।

Leave A Reply

Your email address will not be published.