ଗୋପାଷ୍ଟମୀରେ ଗୋପୂଜନ କଲେ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ

5

“ଗୋମାତାଙ୍କ ସେବା ଓ ସୁରକ୍ଷା ପରମ କର୍ତ୍ତବ୍ୟ”

ଭୁବନେଶ୍ୱର,୦୯/୧୧/୨୦୨୪:ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋମାତାଙ୍କ ଅବଦାନ ଅତୁଳନୀୟା ଆମ ସନାତନ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଗୋସେବା କଲେ କୋଟି ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏା ଦେଶରେ ଗୋହତ୍ୟାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସବୁ ମହଲରେ କାର୍ଯ୍ୟ ହେବା ଆବଶ୍ୟକ ବୋଲି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତିା
ଆଜି ପବିତ୍ର କାର୍ତ୍ତିକର ଗୋପାଷ୍ଟମୀ ତିଥିରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ସରକାରୀ ବାସଭବନରେ ଦୁଇ ଗୋମାତାଙ୍କ ଭବ୍ୟ ପୂଜାର୍ଚ୍ଚନା କରିଛନ୍ତିା ଆନ୍ଧ୍ରପ୍ରଦେଶର ପୁଙ୍ଗାନୁରରୁ ଆସିଥିବା ଦୁଇ ଗୋମାତାଙ୍କ ନାମକରଣ କରାଯାଇଛି- ସୁରଭି ଓ କ୍ରୀଷ୍ଣାା ସେମାନଙ୍କ ପୂଜନ ଓ ସେବା କରିବା ସହିତ ଗୃହପ୍ରବେଶକୁ ସ୍ୱାଗତ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହାକୁ ଏକ ସ୍ୱଭାଗ୍ୟ ଭାବରେ ଅଭିହିତ କରିଛନ୍ତିା
ମନ୍ତ୍ରୀ ଶ୍ରୀ ମଲ୍ଲିକ ବାଲେଶ୍ୱର ଜିଲ୍ଲା ସୋରସ୍ଥିତ ଗୋଶାଳାର ଶତବାର୍ଷିକ ମହୋତ୍ସବରେ ଯୋଗଦେଇଥିଲୋ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୋଶାଳାର ସ୍ମରଣିକା “ନନ୍ଦିନୀ’ ଉନ୍ମୋଚନ କରିବା ସହିତ ଗୋସେବା ପ୍ରତି ସମର୍ପିତ ସ୍ଵେଛାସେବୀ ଓ ଗୋପାଳକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲୋ ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ସେବାପରାୟଣତା ଓ ଗୋପୂଜନ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ମନ୍ତ୍ରୀ କହିଥିଲୋ

 

Leave A Reply

Your email address will not be published.