ପଦ୍ମପୁର :- ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହ ରେ ବରଗଡ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ସାଇନିଂ ଷ୍ଟାର ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଡିଇଓ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜର ଭବିଷ୍ୟତ ନିର୍ମାଣ ତଥା ଆସନ୍ତା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ୯୦ପ୍ରତିଶତ ରୁ ଅଧିକ ଅଙ୍କ ରଖିବା ପାଇଁ ଆହ୍ଵାନ ଦେଇଥିଲେ l ପାଇକମଲ ବିଇଓ ଚୁଡ଼ାମଣି ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ୍ ପଟ୍ଟନାୟକ ଶିବିର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ l ସମ୍ମାନିତ ଅତିଥି ଭାବେ ଷୋହେଲା ବିଇଓ ଅମୃତା ସାହୁ, ବିଜେପୁର ବିଇଓ ନାରାୟଣ ଭୋଇ ,ପଦ୍ମପୁର ବି ଇ ଓ ଲୋକନାଥ ଭୋଇ ଏବଂ ଝାରବନ୍ଧ ବିଇଓ ଶୁଭମ୍ କୁମାର ପତି ଯୋଗଦାନ୍ କରିଥିଲେ l ବରଗଡ ଜିଲ୍ଲାର ୧୨ଟି ବ୍ଲକ ର ୧୬୪ ଜଣ ଛାତ୍ରଛାତ୍ରୀ ଏବଂ ୬୭ଜଣ ସାଧନ କର୍ମୀ ପ୍ରଶିକ୍ଷଣ ଶିବିରରେ ଯୋଗଦାନ୍ କରିଛନ୍ତି l ଭବାନୀ ଶଙ୍କର ଭୋଇ, ଲିଙ୍ଗରାଜ ସାହୁ, ନରସିଂହ ପଧାନ,ସୁଦାମ ପାଣ୍ଡେ,ଲଲିତ କୁମାର ବିଶ୍ବାଳ, ଅମିତ୍ ସାହୁ, ସ୍ଵାଧୀନ କୁମାର, ମନୋଜ କୁମାର ସାହୁ, ବବିତା ବେହେରା,ମଧୁସ୍ମିତା ମେହେର ଆନନ୍ଦିନୀ ସେଠ୍,ନିରୁପମା ସାହୁ,ଅକ୍ଷୟ ସାହୁ ସହଯୋଗ କରିଥିଲେ l ଅତିଥି ମାନଙ୍କ ଦ୍ଵାରା ରଜତ କୁମାର ସାହୁ ଭୂଗୋଳ ପ୍ରଯୋଗ ଶାଲା ଉଦ୍ଘାଟିତ କରିଥିଲେ l ତ୍ରିଲୋଚନ ନାଏକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.