କ୍ଷତ୍ରିୟବରପୁର ସ୍ନାତକ ମହାବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ଅନୁଷ୍ଠିତ

5

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଅମୂଲ୍ୟ କୁମାର ପଣ୍ଡା ପରିଚାଳନା କରିଥିଲେ I ଦୁର୍ନୀତି ଏବଂ ଆର୍ଥିକ ଅପରାଧକୁ ସମାଜରୁ ମୂଳୋତ୍ପାଟନ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରିବା ସହିତ ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ମୂଳଭିତ୍ତି ପ୍ରକାଶ କରିଥିଲେ I ଅଧ୍ୟାପକ ଅନୀଲ କୁମାର ସ୍ୱାଇଁ ସ୍ଵଚ୍ଛତା ହିଁ ପ୍ରଗତିର ମୂଳମନ୍ତ୍ର ବୋଲି ଗୁରୁତ୍ୱାରୋପ କରିଥିଲେ Iଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୀମାଞ୍ଚଳ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Leave A Reply

Your email address will not be published.