ଦେଶରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ଯୋଗଦାନ

4

ଗୁଣାତ୍ମକ ଟାଇଟାନିୟମ୍ ଉତ୍ପାଦନ ନିମନ୍ତେ ଭାରତ ଓ କାଜାକସ୍ଥାନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:ଭାରତରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବା ଏଠାରୁ ଉତ୍ପାଦନ ସାମଗ୍ରୀ ବିଦେଶରେ ବହୁରାଷ୍ଟ୍ରକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛିା ଏଥି ନିମନ୍ତେ ଇଣ୍ଡ-କାଜାକ୍ ଜଏଣ୍ଟ ଭେଞ୍ଚର୍ କମ୍ପାନୀ ଏବଂ କାମେନୋଗୋରସ୍କୋ ଟାଇଟାନିୟମ୍ ଏବଂ ମାଗ୍ନେସିୟମ୍ ପ୍ଲାଣ୍ଟ ଜେଏସ୍ସି କାଜାକସ୍ଥାନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛିା ସୂଚନାଯୋଗ୍ୟ ଯେ ଦେଶରେ ପ୍ରସ୍ତୁତ ଟାଇଟାନିୟମ୍ କ୍ଷେତ୍ରରେ କଞ୍ଚାମାଲ ଯୋଗାଣ ନିମନ୍ତେ ଓଡ଼ିଶାର ବଡ଼ ଭୂମିକା ରହିଛିା ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ରାଜ୍ୟରୁ ବିରଳ ମୃତ୍ତିକା କଞ୍ଚାମାଲ ଯୋଗାଣ ବ୍ୟାପକ ହେବା ଏହା ଦ୍ୱାରା ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ପ୍ରେସିଡେଣ୍ଟ ୟୁକେଟିଏମ୍ପିଜେଏସ୍ସି ଶ୍ରୀମତୀ ଆସେମ୍ ମାମୁଟୋଭା ଏବଂ ଆଇଆର୍ଏଲ୍ (ଇଣ୍ଡିଆ) ଲିମିଟେଡ୍ ଚେୟାର୍ମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ. ଦୀପେନ୍ଦ୍ର ସିଂହ ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲୋ
ଏହି ଚୁକ୍ତିନାମା ସ୍ୱାକ୍ଷର ଅବସରରେ ଡ ଏ.କେ. ମହାନ୍ତି, ଶ୍ରୀମତୀ ଆସେମ୍ ମାମୁଟୋଭା, ପ୍ରେସିଡେଣ୍ଟ,ୟୁକେଟିଏମ୍ପି ଜେଏସ୍ସି, କାଜାକସ୍ଥାନ ରିପବ୍ଲିକ୍ ଅଫ୍ କାଜାକସ୍ଥାନରୁ ଭାରତର ରାଷ୍ଟ୍ରଦୂତ ଶ୍ରୀ ନୁର୍ଲାନ୍ ଜାଲଗାଏଭ୍, ଆଇଆର୍ଏଲ୍ (ଇଣ୍ଡିଆ) ଲିମିଟେଡ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡକଫର ଦୀପେନ୍ଦ୍ର ସିଂ ଉପସ୍ଥିତ ଥିଲୋ

Leave A Reply

Your email address will not be published.