ସିଡନି ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀରେ ଯୋଗଦେଲେ

4

ଗଣତନ୍ତ୍ରରେ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଜରୁରୀ: ବାଚସ୍ପତି

 ଭୁବନେଶ୍ୱର,:ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କର ବିଦେଶ ଗସ୍ତ ଅବସରରେ ଆଜି ଅଷ୍ଟ୍ରେଲିଆର ସିଡନିଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀରେ ଯୋଗଦେଇ “ସଂସଦୀୟ କାର୍ଯ୍ୟପଦ୍ଧତି ଓ କାର୍ଯ୍ୟଧାରାରେ କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ, ସୁଯୋଗ ଓ ଆହ୍ୱାନ’ ଶୀର୍ଷକ କର୍ମଶାଳାରେ ନିଜର ମତ ଓ ବକ୍ତବ୍ୟ ଉପସ୍ଥାପନ କରି କହିଲେ ଯେ, କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ ସମୟରେ ଆମକୁ ଏହାର ସକରାତ୍ମକ ଓ ନକରାତ୍ମକ ଉଭୟ ଦିଗ ପ୍ରତି ସଚେତନ ରହି କାର୍ଯ୍ୟ କରିବାକୁ ପଡ଼ିବା ଯଦିଓ ଦୁନିଆ ଏବେ ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇ ପାରମ୍ପରିକ କାର୍ଯ୍ୟପଦ୍ଧତି ଓ ଧାରାରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି, ତେବେ ବି ମଧ୍ୟ ସଂସଦୀୟ କାର୍ଯ୍ୟାଧାରାରେ ଜନମତର ପ୍ରାଧାନ୍ୟ ରହିଛିା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆମକୁ ସର୍ବଦା ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କରିବାକୁ ପଡ଼ିବା
ଏଠାରେ ସୂଚନାଯୋଗ୍ୟ ଯେ ଏହି ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘର ୬୭ତମ ସମ୍ମିଳନୀ ସିଡ୍ନିଠାରେ ଚଳିତ ମାସ ନଭେମ୍ବର ୩ରୁ ଆରମ୍ଭ ହୋଇ୮ ତାରିଖ ପର୍ଯ୍ୟନ୍ତ ଚାଲିବା ଏଥିରେ ରାଜ୍ୟ ଗୋଷ୍ଠୀ ସଂଘର ବିଭିନ୍ନ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତିା
“ବ୍ୟବସ୍ଥାପକ ସଭାର ସମର୍ଥନ ଓ ସହଯୋଗରେ କିପରି ତୃତୀୟଲିଙ୍ଗି, କିନ୍ନର ଓ ଟ୍ରାନ୍ସଜେଣ୍ଡରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ’ ଏ ସମ୍ପର୍କରେ ବାଚସ୍ପତି ଦ୍ୱିତୀୟାର୍ଦ୍ଧରେ ତାଙ୍କର ମତ ଓ ବକ୍ତବ୍ୟ ରଖି କହିଲେ ଯେ ଗଣତାନ୍ତ୍ରିକ ପଦ୍ଧତିରେ ଆମର ସମ୍ବିଧାନ ସମସ୍ତଙ୍କୁ ବଞ୍ଚିବାର ସମାନ ଅଧିକାର ଦେଇଛିା ତେବେ ସ୍ଥଳବିଶେଷରେ ଏଲ୍ଜିବିଟିକୁ୍ୟ(ଣ୍ଟ)ମାନଙ୍କ କ୍ଷେତ୍ରରେ ସାମାଜିକ ଭେଦଭାବ ପରିଲକ୍ଷିତ ହୋଇଥାଏା ଏହାର ପରିସମାପ୍ତି ପାଇଁ ସମସ୍ତେ ଆଗେଇ ଆସିବା ଉଚିତା ଏ କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରୁ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବା ତା’ହେଲେ ଯାଇ ଏକ ସୁସ୍ଥ ତାରତମ୍ୟବିହୀନ ସହାବସ୍ଥାନ ସମ୍ଭବ ହୋଇପାରିବ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କର ସହଯୋଗ ରହିପାରିବ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତିା
ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲୋ

Leave A Reply

Your email address will not be published.