ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି : ୫୫୦ କିମି ପାଦରେ ଚାଲିଆସିଥିବା ଖୁଆସଙ୍କୁ ପଶ୍ଚିମ ଓଡିଶା ଯୁବାମଂଚ ପକ୍ଷରୁ ଭବ୍ୟ ସଂବର୍ଦ୍ଧନା  

0

ଭୁବନେଶ୍ୱର : ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବା ସକାଶେ  ଦୀର୍ଘ ୧୮ ଦିନ ଧରି ୫୫୦ କିଲୋମିଟର ପାଦ ଯାତ୍ରା ପରେ ଭୁବନେଶ୍ୱରରେ ପହଁଚିଥିବା ରଞ୍ଜନ ଖୁଆସଙ୍କୁ  ପଶ୍ଚିମ ଓଡିଶା ଯୁବା ମଞ୍ଚ ଆଜି ମାଷ୍ଟର କ୍ୟାଣ୍ଟିନ ଠାରେ ସ୍ୱାଗତ ସମ୍ବର୍ଧନା ଜ୍ଞାପନ କରିଛି |

ଭୌଗଳିକ ତଥା ପ୍ରଶାସନିକ ସୁବିଧା ସର୍ବୋପରି ଅଂଚଳ ପ୍ରତି ଉନ୍ନତିରେ ସରକାରଙ୍କ ଅବହେଳା ଯୋଗୁ ଦିର୍ଘଦିନରୁ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ଜୋରଦାର ହୋଇଛି | ଏହାକୁ ନେଇ ବନ୍ଦ ପାଳନ ହୋଇଛି | ଟିଟିଲାଗଡ଼ର ଯୁକ୍ତିଯୁକ୍ତ ଦାବି ସହ ପଶ୍ଚିମ ଓଡିଶା ଯୁବାମଂଚ ସହମତ ବୋଲି ମଞ୍ଚର  ଆବାହକ ଅଜିତ କୁମାର ପତି କହିଛନ୍ତି | ଶ୍ରୀ ଖୁଆସଙ୍କ  ଦୃଢ ମନୋବଳ ଓ ମା ମାଟି ପାଇଁ ପ୍ରେମ ତାଙ୍କୁ ଏଭଳି ଏକ ଲମ୍ବା ପଦ ଯାତ୍ରାରେ ପହଞ୍ଚାଇଛି ବୋଲି ଶ୍ରୀ ପତି କହିବା ସହ ଯଦି ଏହି ଦାବି ପ୍ରତି ସରକାର ଆଖି ବୁଜି ଦିଅନ୍ତି ତେବେ  ଜୋରଦାର ଆନ୍ଦୋଳକୁ ଏଡାଇ ଦିଆଯାଇ ନପାରେ ବୋକୀ ଶ୍ରୀ ପତି କହିଛନ୍ତି | ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ଉମାକାନ୍ତ ପ୍ରଧାନ, ଅଭିଷେକ ଦାଶ, ଶୁଭେନ୍ଦୁ ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ |  

Leave A Reply

Your email address will not be published.