ସାମ୍ବାଦିକ ଧିରେନ୍ଦ୍ର ଜାନୀ ଙ୍କୁ ଵିଡିଓ ଙ୍କ ଆକ୍ରମଣ ଓ ଗିରଫ୍ ଦାର ର ପ୍ରତିଵାଦ ।

3

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକ, ଆଜି ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ଆକ୍ରମଣର ଶିକାର ହେବାର ପରିଲକ୍ଷିତ ‌ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଙ୍କ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲୋକଲୋଚନକୁ ଆସିବା ଜଣାପଡୁ ନାହିଁ।
ଖବର ନେବାରୁ ଜଣାପଡିଛି, ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପ୍ରତିନିଧି ନିଉଜ- ୭ର ଧିରେନ୍ଦ୍ର କୁମାର ଜାନୀ ଖବର ସଂଗ୍ରହ କରି ବାକୁ ସୁବର୍ଣ୍ଣପୁର ଵିଡିଓ କାର୍ଯ୍ୟାଳୟ କୁ ଯାଇ ଥିବା ବେଳେ ଵିଡିଓ ସୋମ୍ୟରଞ୍ଜନ ସ୍ବାଇଁ ଙ୍କୁ ଅଫିସିଆଲ୍ ସମ୍ପର୍କିତ କେତେକ ପ୍ରଶ୍ନ ପଚାରିଥିଲେ, ଏଥିରେ ବିଡ଼ିଓ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକ ଧିରେନ୍ଦ୍ର କୁମାର ଜାନୀ ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ସାମ୍ବାଦିକ ଧିରେନ୍ଦ୍ର ଏ ଘଟଣା ଉପରେ ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦାଖଲ କଲେ, କିନ୍ତୁ ଏହାରି ଉପରେ କୋୖଣସି ଇନଭେଷ୍ଟିଗେସନ ନକରି , ଅଭିଯୋଗ କାରୀ ସାମ୍ବାଦିକ ଧିରେନ୍ଦ୍ର କୁମାର ଜାନୀ ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରାଯିବା ଚର୍ଚ୍ଚା ଜୋର ରେ ଧରିଛି । ଏ ଘଟଣା କୁ ଖଲ୍ଲିକୋଟ ର ସମସ୍ତ ସାମ୍ବାଦିକ ଭାଇ ମାନେ ଦୃଢ଼ ପ୍ରତିବାଦ ସ୍ବରୂପ ସ୍ଥାନୀୟ ଖଲ୍ଲିକୋଟ ତହସିଲ ଦାର କାର୍ଯ୍ୟାଳୟରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.