ମା ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୂଜନୋତ୍ସବ ଅନୁଷ୍ଠିତ ।

3

ପଦ୍ମପୁର :- ସ୍ଥାନୀୟ ନେହେରୁଗଳି ଛକ ସ୍ଥିତ ମା ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୀଠରେ ମହସମାରୋହ ରେ ମା କାଳୀଙ୍କର ପୂଜା ଅନୁଷ୍ଠିତ ହେଉଛି। ଅକ୍ଟୋବର ୩୧ ରୁ କଳଶ ଯାତ୍ରା ସହ ମଧ୍ୟ ରାତ୍ର ଠାରୁ ମାଆଙ୍କର ଯଥା ରୀତି ପୂଜନୋତ୍ସବ ଆରମ୍ଭ ହୋଇଯାଇଛି। ଗତ କାଲି ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରାରେ ମାଙ୍କ ପୀଠର ଜୁଗାର ସହ ଭକ୍ତ ଶ୍ରୀ ପ୍ରମୋଦ ନାଥ ଦେଇଥିବା ଏକ ଜୁଗାରକୁ ପାରମ୍ପରିକ ଲୋକବାଦ୍ୟ ସହ ଜୁଗାର ଯାତ୍ରା କରାଯାଇଥିଲା।ଏହି ଶୋଭାଯାତ୍ରାରେ ମା ଲକ୍ଷ୍ମୀ, ସରସ୍ଵତୀ ଓ କାଳୀ ଙ୍କ ବେଶଧାରିଣୀ ଛାତ୍ରୀ ମାନେ ଲୋକ ମାନଙ୍କୁ ବେଶ ଆକର୍ଷଣ କରିଥିଲେ। ଜୁଗାର ଯାତ୍ରା ସହର ପରିକ୍ରମା କରିବା ସମୟରେ ବିଭିନ୍ନ ଜାଗାରେ ମାଙ୍କର ଗୋଡ଼ଧୁଆ ସହ ପୂଜା ଆଳତୀ କରାଯାଇଥିଲା। ରାତ୍ର୧୦ ଟା ସମୟରେ ମାଙ୍କ ପୀଠରେ କାକରା ଭୋଗ ଶହଶହ ଶ୍ରଦ୍ଧାଳୁ ଲାଗି କରିଥିଲେ। ଏହି ପୂଜାରେ ଶ୍ରୀ ଜସଦେବ ଭୋଇ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ବାଗ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି। ପୀଠ ପୂଜକ ଶ୍ରୀ ମୁକୁନ୍ଦ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ ପୂଜା କର୍ମ ଅନୁଷ୍ଠିତ ହେଉଅଛି ଏଥିରେ ସହଯୋଗ କରୁଛନ୍ତି ଶ୍ରୀ ମୃତ୍ୟୁଞ୍ଜୟ ହୋତା, ଶ୍ରୀ ରଘୁମଣୀ ସାହୁ , ଶ୍ରୀ ପ୍ରତାପ ନାଥ ଓ ଅନ୍ୟ ଭକ୍ତଗଣ। ସନ୍ଧ୍ୟାରେ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ନିର୍ବାକ ମୂର୍ତ୍ତି ପ୍ରଦର୍ଶନ ଭକ୍ତ ମାନଙ୍କୁ ଆକୃଷ୍ଟ କରିଥିଲା।ମାଙ୍କ ପୀଠରେ ଅସଂଖ୍ୟ ଶ୍ରଦ୍ଧାଳୁ ଦର୍ଶନ କରିବା ସହ ଅନ୍ନପ୍ରସାଦ ଗ୍ରହଣ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.