ଲିଟିପାଲି ରେ ଝାଡ଼ାବାନ୍ତି :ଅପରିଷ୍କାର ପରିବେଶ ଓ ଦୂଷିତ ପାଣି ଝାଡାର ଲକ୍ଷ୍ମଣ:-ଡ଼ା ସୁଶାନ୍ତ ମେହେର

3

 ବିଜେପୁର :- ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପହଣ୍ଡି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ଖବର ମିଳିବା ମାତ୍ରକେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଲିଟିପାଲି ଗ୍ରାମରେ ତତ୍କ୍ଷଣାତ ଯାଇ ପହଞ୍ଚିଥିଲେ। ସେଠାରେ ୧୯ ଜଣ ସାଧାରଣ ଝାଡାରେ ଆକ୍ରାନ୍ତ ହେବାର ଅନୁଧ୍ୟାନରୁ ଜଣାପଡିଥିଲା। ସେହି ସ୍ଥାନରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଉପଯୁକ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। ଅପରିଷ୍କାର ପରିବେଶ, ଦୂଷିତ ପାଣିର ବ୍ୟବହାର ହିଁ  ଝାଡା ଲକ୍ଷଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ଦଳ ମତପ୍ରକାଶ କରିଛନ୍ତି। ଗ୍ରାମର ପୋଖରୀରେ ବାସନକୁସନ ସଫା କରିବା ତଥା ଶୈାଚ କରୁଥିବା ପାଣିର ବ୍ୟବହାର ହିଁ ମୁଖ୍ୟସ୍ରୋତ ବୋଲି ଅନୁମାନ କରା ଯାଉଛି।ଏଥି ସକାଶେ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମେହେର ଏବଂ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗ୍ରାମର ପୋଖରୀକୁ ବ୍ଲିଚିଙ୍ଗ ପାଉଡର ଦ୍ୱାରା ସମସ୍ତ ଘାଟ ଗୁଡିକ ବିଶୁଦ୍ଧିକରଣ କରା ଯାଇଥିଲା।ଗ୍ରାମରେ ଘରକୁ ଘର ବୁଲି ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ହେଲୋଜେନ ବଟିକା ବଣ୍ଟନ କରିବା ସଙ୍ଗେ ସଙ୍ଗେ ଫୁଟା ପାଣି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଗ୍ରାମର ବିଭିନ୍ନ ପଡାରେ ସ୍ୱାସ୍ଥ୍ୟ ଦଳଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନତା କରା ଯାଇଥିଲା। ଗ୍ରାମର ଆଶା ଦିଦି ଜେମାବତୀ ତାଣ୍ଡି  ଓ ଅଞ୍ଜଳୀ ମହାନନ୍ଦ ଗାଁରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଶୁଣାଇଥିଲେ ।ଜଣେ ଅସହାୟ ରୋଗୀ ନାରାୟଣ ମାଝିଙ୍କୁ ଉତ୍ତମଯତ୍ନ ଓ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଦଳ ନିଜେ ଗାଁ କଲ୍ୟାଣ ସମିତି ସହାୟତାରେ ଏକ ଗାଡ଼ି ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରକୁ ଆଶୁ ଚିକିତ୍ସା ପାଇଁ ପ୍ରେରଣ କରିଥିଲେ। ବର୍ତ୍ତମାନ ପ୍ରାୟତଃ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଡାକ୍ତର ମେହେର ଆମ ପ୍ରତିନିଧିଙ୍କ ପ୍ରଶ୍ନ ଉତ୍ତରରେ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ଦଳର ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀ ସୁଶ୍ରୀ କୁନ୍ତଳା ମହାଲିଙ୍ଗ, ହୃଷିକେଶ ମେହେର(କୁନା), ଜିତେନ୍ଦ୍ର ଷଣ୍ଢ ପ୍ରମୁଖ ସକ୍ରୀୟ ଭାବେ ସହଯୋଗ କରିଥିଲେ।

Leave A Reply

Your email address will not be published.