ବିଜେପୁର ଠାରେ ମା ଶ୍ୟାମାକାଲି ପୂଜା ଆରମ୍ଭ

3

ବିଜେପୁର :- ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ଦୁର୍ଗାମଣ୍ଡପ ଠାରେ ମାଁ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେଉଛି। ଆଜି ପବିତ୍ର ଚତୁର୍ଦ୍ଦଶୀ ତିଥିରେ ମହାସମାରୋହରେ ମାଁ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ, କର୍ତ୍ତା ଭାବେ ଜୟକୃଷ୍ଣ ଡନସନା ଦାୟିତ୍ଵ ତୁଲାଉଛନ୍ତି। ରାଜପୁରୋହିତ କିଶୋର ଚନ୍ଦ୍ର ପୂଜାରୀ ଚଣ୍ଡିପାଠ, ପୁସ୍ତକାଚାର୍ଯ୍ୟ ଭାବେ ହରି ନାରାୟଣ ତ୍ରିପାଠୀ, ଚନ୍ଦନ ଶର୍ମା,ରମାରମଣ ଗୁରୁ, ପ୍ରଦୀପ ପାଣିଗ୍ରାହୀ ନିଷ୍ଠାପର ଭାବେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରୁଛନ୍ତି।ଶଙ୍ଖ ବାଦକ ନେପାଳ ଗୁରୁଙ୍କ ଶଙ୍ଖନାଦରେ ପୂଜା ସ୍ଥଳ ପ୍ରକମ୍ପିତ ହେଉଛି। ହୋମଯଜ୍ଞରେ କର୍ତ୍ତା ଜୟକୃଷ୍ଣ ଡନସନା, ମହେଶ ଦେବତା, ଆଶିଷ ପଧାନ,ଜଗା ମାହାଣା ଦାୟିତ୍ଵ ସମ୍ପର୍ଣ୍ଣ କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଅନୁଷ୍ଠିତ ଶ୍ୟାମାକାଳୀ ପୂଜା ୧୯ ବର୍ଷରେ ପଦାର୍ପଣ କରିଥିବା ବେଳେ, ଶ୍ରୀଯୁକ୍ତ ଡନସନା ପ୍ରଥମରୁ କର୍ତ୍ତା ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି। ପୂଜା କମିଟିର ସଭାପତି ସୁବାଷ ଛୁରା, ଉପସଭାପତି ମହେଶ ଦେବତା,ସମ୍ପାଦକ ସୂର୍ଯ୍ୟକାନ୍ତ ବାରିକ,ସହ ସମ୍ପାଦକ ବିକାଶ ପଧାନ, କୋଷାଧ୍ୟକ୍ଷ ରାଜେଶ ସେଠ, ଉପଦେଷ୍ଟା କିଶୋର କୁମାର ସାହୁ,ମଧୁ ଖମାରୀ, ରାଜେଶ ଅଗ୍ରୱାଲ,ତାପସ ଗଡତୀୟା ପ୍ରମୁଖଙ୍କ ସହଯୋଗରେ ବେଶ ସରଗରମ ବାତାବରଣ ମଧ୍ୟରେ ପୂଜା ସୁରୁଖୁରୁରେ ଚାଲିଥିବା ବେଳେ ଆଜି ପ୍ରଥମ ରଜନୀରେ ଦର୍ଶନଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ବରଗଡ଼ର ପଦ୍ମଶ୍ରୀ ଖେଟେଇଙ୍କ ନୃତ୍ୟ ଦଳ ତାଙ୍କ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ଜଣାପଡିଛି।

Leave A Reply

Your email address will not be published.