ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଉପଲକ୍ଷେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୦୨୫ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ୱାକଥାନ୍ ଓ ପଥ ଉତ୍ସବ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ୱାକଥନ୍ ସଚେତନତା ରାଲୀ ଅନୁଷ୍ଠିତ ହୋଇଥିଲା। ଏହି ରାଲୀ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହେଉଥିବା ପଥ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଗୋରା ଚନ୍ଦ୍ର ପଟ୍ଟନାୟକ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା , ଡେପୁଟି କଲେକ୍ଟର ଶ୍ରୀ ପ୍ରାନକୃଷ୍ଣ ପ୍ରାଣିଗ୍ରହୀ , ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ପ୍ରମୁଖ ମଞ୍ଚସୀନଥିଲେ।
ଏହି ପଥ ଉତ୍ସବର ଉଦ୍ଦେଶ୍ୟ ହେଲା ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ସ୍ଥାନୀୟ ବିଏଲଓ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ୱା ଅନଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ବୋଲି କହିଥିଲେ। ଏହା ସହିତ ସଚେତନତା ମାଧ୍ୟମରେ ନାଗରିକଙ୍କ ନିକଟରେ ଭୋଟର ତାଲିକା ସଂଶୋଧନ , ନୂତନ ପଞ୍ଜିକରଣ , ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା , ଏକାଧିକ ଥର ନାମ ପଞ୍ଜିକରଣ ହୋଇଥିଲେ ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟତ୍ର ବାଦ୍ ଦେବା ଆଦି କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
ପରେ ପରେ ବିଭିନ୍ନ ଅନୁଷ୍ଠାନ କଳାକାର ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ୨ ଜଣ ଙ୍କୁ ବେଷ୍ଟ୍ ବିଏଲ୍ଓ ଓ ସୁପରଭାଜର ଭାବରେ ଓ ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀର ୨ ଜଣଙ୍କୁ ବେଷ୍ଟ ବିଏଲଓ ଭାବରେ ପୁରସ୍କୃତ କରଯାଇଛି। ସେହିପରି ୨ ଜଣ ବରିଷ୍ଠ ନାଗରିକ ଙ୍କୁ ମଧ୍ଯ ସମ୍ମାନିତ କରାଯାଇଛି। ମହାବିଦ୍ୟାଳୟର ସ୍ତରରେ ଭୋଟର ସଚେତନତା ପାଇଁ ସୋସିଆଲ ମିଡିଆ ପ୍ରତିଯୋଗିତାରେ ୩ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ , ଲିପୀନା ଦାଶ , କଶ୍ୟାପି ବେହେରା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.