ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ

3

କଟକ ତା ୨୯.୧୦.୨୦୨୪ ରିଖ – ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମୟରେ ଶୂନ୍ୟ ଜୀବନହାନୀ ଓ କ୍ଷୟକ୍ଷତି ହ୍ରାସ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଧୈର୍ଯ୍ୟ ଓ ସାହସର ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଓ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ତଥା ଯଥାସମ୍ଭବ ଅନ୍ୟର ସାହାଯ୍ୟ କରିବାକୁ ଆଗେଇ ଆସିବା ଆବଶ୍ୟକ । ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୪ ଅବସରରେ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜ ଏହି ମତବ୍ୟକ୍ତ କରିଛନ୍ତି । କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ମନୁଷ୍ୟକୃତ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ଜନସାଧାରଣ ଓ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଆମ ରାଜ୍ୟ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ସଫଳତାର ସହ ଏସବୁର ମୁକାବିଲା କରିପାରିଛି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ସମସ୍ତ ପ୍ରକାର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଡା ଦିବ୍ୟଲୋଚନ ମହାନ୍ତ କହିଛନ୍ତି । ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରାଉତ ଉଦବୋଧନ ଦେଇ ଛାତ୍ରଛାତ୍ରୀ ତଥା ଜନସାଧାରଣ ସମସ୍ତ ପ୍ରକାର ବିପଦର ମୁକାବିଲା ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏକ ସ୍ୱେଚ୍ଛାକୃତ ଶପଥ ପାଠ ଅନୁଷ୍ଠିତ ହୋଇଥିଲା ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଜିଲ୍ଳା ଜରୁରୀକାଳୀନ ଅଧିକାରୀ ଅମ୍ଳାନ ଅପରାଜିତା ମିଶ୍ର କାର୍ଯକ୍ରମ ପରିଚାଳନା କରିଥିଲେ ।
ବିପର୍ଯ୍ୟୟ ପ୍ରସ୍ତୁତି ଦିବସର ଅଂଶସ୍ୱରୂପ ଆଜି ସକାଳ ୮ ଘଟିକା ସମୟରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣ ପ୍ଲାକାର୍ଡ ପ୍ରଦର୍ଶନ କରି ଏହି ମାରାଥନରେ ଭାଗ ନେଇଥିଲେ । ଏହାବ୍ୟତୀତ ପୂର୍ବାହ୍ନ ୧୦ ଘଟିକା ସମୟରେ କଟକ ନେତାଜୀ ବସ୍ ଟର୍ମିନାଲଠାରେ ଏକ ମକ୍ ଡ୍ରିଲ୍ ଏବଂ ବିପର୍ଯ୍ୟୟ ପରିଚାଳନାରେ ବ୍ୟବହୃତ ସନ୍ଧାନ ଓ ଉଦ୍ଧାର ଉପକରଣଗୁଡିକର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ବିପର୍ଯ୍ୟୟ ସମୟରେ କିପରି ଉଦ୍ଧାର କାର୍ଯ୍ୟ କରାଯାଇପାରିବ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ ସେ ସମ୍ବନ୍ଧରେ ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀମାନେ ମକ୍ ଡ୍ରିଲ ମାଧ୍ୟମରେ କୌଶଳ ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡା ଦିବ୍ୟଲୋଚନ ମହାନ୍ତ, ଜିଲ୍ଳା ଜରୁରୀକାଳୀନ ଅଧିକାରୀ ଅମ୍ଳାନ ଅପରାଜିତା ମିଶ୍ର ଓ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ପ୍ରକଳ୍ପ ଅଧକାରୀ ଶ୍ରୀ ବାପି ବିଶ୍ୱଜିତ ସାହୁ ପ୍ରମୁଖ ମକ୍ ଡ୍ରିଲ୍ ସମ୍ରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.