ଭଞ୍ଜନଗରରେ ଭୋଟର ସଚେତନତା ନିମନ୍ତେ ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭୋଟର ପଞ୍ଜିକରଣ ଓ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଆଜି ଅକ୍ଟୋବର ମାସ ୨୯ ତାରିଖ ମଙ୍ଗଳ ବାର ୨୦୨୪ ଦିନ ଏକ ଓ୍ବାକାଥନ୍ ଓ ପଥତ୍ସୋବ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଆୟୋଜିତ ହୋଇଯାଇଛି।

ଏଥିରେ ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଓ୍ବାକାଥନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଭୋଟର ସଚେତନତା ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ରୁ ବାହାରି ବସ୍ ଷ୍ଟାଣ୍ଡ ହୋଇ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା।

ସେଠାରେ ପଥତ୍ସୋବ ଓ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ସେଠୀ ଯୋଗଦେଇ ଯୁବଗୋଷ୍ଠୀ ଙ୍କୁ ଭୋଟର ତାଲିକାରେ ନାମ ସଂଯୋଗ ଓ ନିର୍ବାଚନ ରେ ମତଦାନ ଅଧିକାର ବିଷୟରେ ସଚେତନତା କରିବା ସହ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଗଣ ଦେଶର ଜଣେ ଦାୟିତ୍ୱ ବାନ୍ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସାବିତ୍ରୀ ମହାବିଦ୍ୟାଳୟ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ { କେ.ଏସ୍.ୟୁ.ବି କଲେଜ୍ }ର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ପ୍ରଜ୍ଞା ସଂଗୀତ ନୃତ୍ୟ ଅନୁଷ୍ଠାନ ( ଲଣ୍ଡେଇସାହି ର)କଳାକାର , ବଡ଼ କୋଦଣ୍ଡା ଗ୍ରାମର ବିରୁପାକ୍ଷ ନାଟ୍ୟ ସଂଘ, ଗାହାଣ କଳାକାର ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ରଙ୍ଗୋଲି ଓ ଚିତ୍ରାଙ୍କନ କାର୍ଯ୍ୟକ୍ରମ କରାଯାଇ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା। ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ନଭେମ୍ବର ୨୮ ପର୍ଯ୍ୟନ୍ତ ଏହା ଉପରେ ଲୋକମାନେ ନିଜର ଦାବି ଅଭିଯୋଗ ଜଣାଇପାରିବେ।ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟରେ ୪ଟି ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ହେବ। ଏହା ସ୍ବତନ୍ତ୍ର ଅଭିଯାନ ଦିବସ ନଭେମ୍ବର ୨,୧୦,୧୬ ଓ ୨୪ ତାରିଖରେ ଅନୁଷ୍ଠିତ ହେବ। ସବୁ ବୁଥର ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବେ।ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଭୋଟର ମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପ୍ ଲାଇନ୍ ଆପ୍ ଡାଉନଲୋଡ କରି ଆବେଦନ କରିପାରିବେ।ଭୋଟର ତାଲିକାରେ ନାମ ଯୋଡିବା ପାଇଁ ଫର୍ମ ନମ୍ବର ୬,ତାଲିକାରୁ ନାମ ବାଦ୍ କିମ୍ବା ଅଭିଯୋଗ ପାଇଁ ଫର୍ମ ୭ରେ ଆବେଦନ କରିପାରିବେ।ତୃଟି ସଂଶୋଧନ, ସ୍ଥାନାନ୍ତରଣ,ବାସସ୍ଥାନ ବଦଳାଇଲେ କିମ୍ବା ଫୋଟ ଲଗାଇବା ପାଇଁ ଫର୍ମ ୮ ରେ ଆବେଦନ କରିବାକୁ ପଡିବ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର,ଡେପୁଟି କଲେକ୍ଟର ଅମିତ୍ ରଞ୍ଜନ ହୋତା, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲିକୃଷ୍ଣ ପଣ୍ଡା, ବେଲଗୁଣ୍ଠା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ,ତହସିଲଦାର କଳାକୃଷ୍ଣ ପ୍ରଧାନ,ଜଗନ୍ନାଥପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ। ୧୮ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ରଛାତ୍ରୀ ଓ ଯୁବ ସମାଜଙ୍କ ଭୋଟର ପଞ୍ଜିକରଣ ଉପରେ ଅତିଥିମାନେ ଗୁରୁତ୍ବାରୋପ କରିଥିଲେ। ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ନିର୍ବାଚନ ବିଭାଗର ବରିଷ୍ଠ କର୍ମଚାରୀ ମୁକ୍ତିକାନ୍ତ ନାୟକଙ୍କ ସମେତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଗଣ ସହଯୋଗ କରିଥିଲେ।

Leave A Reply

Your email address will not be published.