ଜଗତସିଂହପୁର,ତା-୨୮.୧୦.୨୦୨୪/ସୁମନ୍ତ କୁମାର ଦାସ:ରାଜ୍ଯ ସ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଦୁର୍ନୀତି ନିବାରଣ ସଚେତନତା ଶପଥପାଠ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ନୀତି ରୂପକ ରୋଗ କୁ ମଧୁମେହ ସହ ତୁଳନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହାର ପ୍ରଭାବ ପ୍ରଥମେ ଜଣାନପଡ଼ିଲେ ମଧ୍ୟ ଏହା ଭିତରେ ଭିତରେ ରାଜ୍ୟ ର ଭିତ୍ତଭୂମି କୁ ଦୁର୍ବଳ କରିଦେଇଥାଏ। ଏହି ପରିପ୍ରେକ୍ଷୀରେ ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧି ର ଭିତ୍ତି’ ମୂଳମନ୍ତ୍ର ସହ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ,ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଦୁର୍ନୀତି ନିବାରଣ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ସାଧୁତା ର ଶପଥପାଠ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଡେପୁଟୀ କଲେକ୍ଟର ତୃପ୍ତିମୟୀ ପ୍ରଧାନ , କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ର ଶପଥପାଠ କରାଇଥିଲେ। ଜିଲ୍ଲା ର ସମସ୍ତ ବିଭାଗୀୟ କାର୍ଯ୍ୟାଳୟ, ବ୍ଲକ୍, ମିଶନ ଶକ୍ତି ମହିଳା ମାନଙ୍କ ଦ୍ବାରା ମଧ୍ୟ ଏହି ଶପଥ ପାଠ ହୋଇଥିଲା। ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଥିବା ଦୁର୍ନୀତି ର ମୂଳୋତ୍ପାଟନ ପାଇଁ ନିଜର ଆଚରଣ ରେ ସଚ୍ଚୋଟତା ଓ ଆଇନ ର ଶାସନ କୁ ଅନୁପାଳନ କରି ସମସ୍ତ ଦାୟିତ୍ବ କୁ ସାଧୁତା ଏବଂ ସ୍ବଚ୍ଛତାର ସହ ସଂପାଦନ କରିବାପରି ଛଅ ଗୋଟି ଶପଥ ନେଇଥିଲେ କାର୍ଯ୍ୟାଳୟର ସମସ୍ତ ବ୍ୟକ୍ତିବିଶେଷ। ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତା୨୮.୧୦.୨୪ରିଖ ଠାରୁ ତା୦୩.୧୧.୨୪ରିଖ ପର୍ଯ୍ୟନ୍ତ ପାଳନ କରାଯିବ।
Sign in
Sign in
Recover your password.
A password will be e-mailed to you.
Prev Post