ବେଦାନ୍ତ ଆଲୁମିନିୟମ୍ ଯୁବ ସ୍ନାତକମାନଙ୍କୁ ପ୍ରୋଜେକ୍ଟ ସକ୍ଷ୍ୟମ୍ ମାଧ୍ୟମରେ ଉନ୍ନତ ଶିଳ୍ପ ତାଲିମ ଦେବା ସହିତ ସଶକ୍ତ କରିଛି
ଭୁବନେଶ୍ୱର, ଓଡିଶା, ଅକ୍ଟୋବର ୨୮, ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଏହାର ଫ୍ଲାଗସିପ୍ ଦକ୍ଷତା ବିକାଶ ପଦକ୍ଷେପ ପ୍ରୋଜେକ୍ଟ ସକ୍ଷ୍ୟମ୍ ମାଧ୍ୟମରେ ଝାରସୁଗୁଡା ତଥା ପଡୋଶୀ ସହର ଏବଂ ଗ୍ରାମରୁ ଆଇଟିଆଇ ସ୍ନାତକମାନଙ୍କୁ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ଭୁବନେଶ୍ୱର ଶିଳ୍ପ ପ୍ରଶିକ୍ଷଣରେ ସଫଳତାପୂର୍ବକ ସହାୟତା କରିଛି। ଏକ ବର୍ଷ ଧରି ଚାଲିଥିବା ଆବାସିକ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ସକ୍ଷ୍ୟମ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମେକାଟ୍ରୋନିକ୍ସ, ଯାନ୍ତ୍ରିକ ଏବଂ ବୈଦ୍ୟୁତିକ ସେବା, ଭୂଲମ୍ବ ପରିବହନ ଏବଂ ବୈଦ୍ୟୁତିକ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ ବ୍ୟବସାୟରେ ବିଶେଷଜ୍ଞମାନଙ୍କଠାରୁ ଉନ୍ନତ ଶିକ୍ଷା ଲାଭ କରିଛନ୍ତି। କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହେବାସହିତ, ଟାଟା ମୋଟର୍ସ, ଜନସନ ଲିଫ୍ଟ ଏବଂ ଏସ୍କାଲେଟର ସମେତ ଅଗ୍ରଣୀ ସଂଗଠନଗୁଡିକ ସହିତ ନିଯୁକ୍ତି ପାଇବାରେ କୃତିତ୍ୱ ହାସଲ କରିଥିବା ଛାତ୍ରମାନଙ୍କୁ ବେଦାନ୍ତ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ପ୍ରୋଜେକ୍ଟ ସକ୍ଷ୍ୟମ୍ ପରବର୍ତୀ ପିଢିକୁ ସଶକ୍ତ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମେ ଆମର ସ୍ନାତକମାନଙ୍କ ପାଇଁ ଅତ୍ୟଧିକ ଗର୍ବିତ, ଯାହାକି ସେମାନଙ୍କର ଉଲ୍ଲେଖନୀୟ ସଫଳତା ତଥା କଠିନ ପରିଶ୍ରମ ଏବଂ ସାମର୍ଥ୍ୟର ପ୍ରମାଣ ଅଟେ। ଯେଉଁଠାରେ ଆମେ କାର୍ଯ୍ୟ କରୁଛୁ ସେହି ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ବଢାଇବା ପାଇଁ ଆମେ ପ୍ରତିବଦ୍ଧ ଅଟୁ। ସେମାନଙ୍କୁ ବଜାର ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି କରିବା ଏବଂ ନିରନ୍ତର ଶିକ୍ଷାର ସଂସ୍କୃତି ପ୍ରତିପାଦନ କରି ଆମେ କେବଳ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରୁନାହୁଁ ବରଂ ଦେଶର ସୁଦୂର ଅଂଚଳକୁ ସାମାଜିକ-ଅର୍ଥନୈତିକ ମୁଖ୍ୟ ସ୍ରୋତରେ ମଧ୍ୟ ପହଂଚାଉଛୁ। ବେଦାନ୍ତ ଆଲୁମିନିୟମ ସେମାନଙ୍କ ପରିବର୍ତନଶୀଳ ଯାତ୍ରାର ଏକ ଅଂଶ ହୋଇଥିବାରୁ ଏହା ଏକ ଗୌରବର ବିଷୟ ଅଟେ।
ଆରତୀ ମହାତୋ ନାମକ ଜଣେ ଛାତ୍ରି କହିଛନ୍ତି, “ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ୍ ସେବାରେ ମୋତେ ବିଶେଷ ତାଲିମ ପ୍ରଦାନ କରିଥିବାରୁ ମୁଁ ବେଦାନ୍ତର ପ୍ରୋଜେକ୍ଟ ସକ୍ଷ୍ୟମ୍କୁ କୃତଜ୍ଞତା ଜଣାଉଛି। ଏହି ଉନ୍ନତ ପ୍ରଶିକ୍ଷଣ ମୋତେ କେବଳ ମୋ କ୍ୟାରିଅରକୁ ପରିବର୍ତନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କୌଶଳ ସହିତ ସଜାଇ ନାହିଁ ବରଂ ଉନ୍ନତ କ୍ଷେତ୍ରରେ ସ୍ଥାୟୀ ପ୍ରଭାବ ପକାଇବାକୁ ମୋତେ ଶକ୍ତି ଯୋଗାଇଛି।”
ପ୍ରୋଜେକ୍ଟ ସକ୍ଷ୍ୟମ୍ ବ୍ୟତୀତ, ଓଡ଼ିଶାରେ ବେଦାନ୍ତର ସ୍କିଲିଂ ପ୍ରୋଗ୍ରାମ ଏକାଧିକ ସ୍ଥାନରେ ପରିଚାଳିତ ହେଉଛି, ଯେପରିକି:
• ଓଡ଼ିଶାର ଝାରସୁଗୁଡାର ଆଲୁମିନିୟମ ପ୍ଲାଂଟରେ କମ୍ପାନୀ ଅଶୋକ ଲେଲାଣ୍ଡ ଏବଂ ରାଜ୍ୟ ସରକାରଙ୍କ ସହ ହାଲୁକା ମୋଟର ଯାନ ଏବଂ ଭାରୀ ମୋଟର ଯାନ ତାଲିମ କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଛି। ଅନେକ ପ୍ରଶିକ୍ଷକ ବେଦାନ୍ତର କାର୍ଯ୍ୟରେ ଏବଂ ନିକଟସ୍ଥ ଶିଳ୍ପରେ ଅବତୀର୍ଣ୍ଣ ହୋଇଛନ୍ତି ।
• ଓଡ଼ିଶାର କାଲାହାଣ୍ଡି ଜିଲ୍ଲାର ଲାଞିଗଡରେ ଏହାର ଆଲୁମିନା ରିଫାଇନାରୀ କାର୍ଯ୍ୟରେ ବେଦାନ୍ତ ଆଲୁମିନିୟମ୍ ଆଗାମୀ ତିନିବର୍ଷ ମଧ୍ୟରେ ଓଡିଶା ସ୍କିଲ୍ ଡେଭଲପମେଂଟ ଅଥରିଟି ଏବଂ ନାବାର୍ଡର ସହଯୋଗରେ ବେଦାନ୍ତ ୩୫୦୦ ଯୁବକମାନଙ୍କୁ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।
• ଲାଞିଗଡ ଏବଂ ଭବାନୀପାଟଣରେ ଥିବା ଦକ୍ଷତା ତାଲିମ କେନ୍ଦ୍ରଗୁଡ଼ିକ ଖାଦ୍ୟ ଏବଂ ପାନୀୟ, ଆତିଥ୍ୟ ଏବଂ ବୈଦ୍ୟୁତିକ ରକ୍ଷଣାବେକ୍ଷଣରେ ଭୂମିକା ପାଇଁ ତାଲିମ ପାଠ୍ୟକ୍ରମ ପ୍ରଦାନ କରନ୍ତି । ଏହି କାର୍ଯ୍ୟକ୍ରମଗୁଡିକର ସ୍ନାତକମାନେ କ୍ଲବ୍ ମହିନ୍ଦ୍ରା, ମିନର୍ଭା ଗ୍ରୁପ୍ ଅଫ୍ ହୋଟେଲ ଏବଂ ରେଷ୍ଟୁରାଂଟ, ହୋଣ୍ଡା ଶୋ’ରୁମ୍, ଏବଂ ସରୋଭର୍ ହୋଟେଲ ଏବଂ ରିସର୍ଟ ଭଳି ପ୍ରତିଷ୍ଠିତ ସଂଗଠନ ସହିତ ସ୍ଥାନ ସୁରକ୍ଷିତ କରିଛନ୍ତି । ଚଳିତ ଆର୍ôଥକ ବର୍ଷରେ, ଏହି କାର୍ଯ୍ୟକ୍ରମରେ ୭୭ପ୍ରତିଶତ ସଫଳ ପ୍ଲେସମେଂଟ ଲକ୍ଷ୍ୟ କରାଯାଇଥିଲା।
• ଓଡ଼ିଶାର ସୁନ୍ଦରଗଡର ଜାମଖାଣୀ ଠାରେ ଏହାର ଖଣି କାର୍ଯ୍ୟରେ ବେଦାନ୍ତ ଆଲୁମିନିୟମ୍ ସ୍କିଲ୍ ଡେଭଲପମେଂଟ ଇନଷ୍ଟିଚ୍ୟୁଟ୍, ଭୁବନେଶ୍ୱର ଏବଂ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଂଟ, ବାଲାଙ୍ଗୀର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ୬୦ରୁ ଅଧିକ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଛି। ଏହି ପ୍ରୋଗ୍ରାମଗୁଡିକ ସଫଳ ହୋଇଛି, ତାଲିମ ପ୍ରାପ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ପ୍ରଯୁଜ୍ୟ ଚାକିରି ପରବର୍ତୀ ତାଲିମ ସୁରକ୍ଷିତ ମଧ୍ୟ କରିସାରିଛନ୍ତି ।
ବେଦାନ୍ତର ସାମାଜିକ ହସ୍ତକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଦକ୍ଷତା ବିକାଶ, ତୃଣମୂଳ କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ମହିଳା ତଥା ଶିଶୁ ମାନଙ୍କ ବିକାଶ ଉପରେ ଧ୍ୟାନ ଦେଇ ଝାରସୁଗୁଡା ଏବଂ ନିକଟବର୍ତୀ ଅଂଚଳର ପ୍ରାୟ ୮୦ ଟି ଗ୍ରାମରେ ପହଂଚି ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିଛି। ଗୋଟିଏ ବର୍ଷ ଏହା ୩୫୦ ରୁ ଅଧିକ ଏସଏଚଜିରୁ ପ୍ରାୟ ୫୦୦୦ ମହିଳାଙ୍କୁ ସଶକ୍ତ କରିଛି, ବାର୍ଷିକ ପ୍ରାୟ ୫୦,୦୦୦ ଲୋକଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ତଥା ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରାଯିବା ସହିତ ସମ୍ପ୍ରଦାୟ ସ୍ତରରେ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ପ୍ରାୟ ୧.୫୦ ଲକ୍ଷ ଗଛ ଲଗାଇଥିଲା।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟା ଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।