ଯାଜପୁର ବ୍ଲକରେ  କଂଗ୍ରେସ ତରଫରୁ କଳାଦିବସ ପାଳିତ

0

ଯାଜପୁର, (ଜୟଶଙ୍କର ଦାଶ)- ଯାଜପୁର ବ୍ଲକ୍ କଂଗ୍ରେସ ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ବିଜେଡ଼ି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୁଦ୍ଧରେ  କଳାଦିବସ ପାଳନ କରାଯାଇଥିଲା । ବିଜେଡ଼ି ସରକାରଙ୍କ ଆମ ଗାଁ ଆମ ବିକାଶ ତଥା ପିଠା କାର୍ଯ୍ୟକ୍ରମରେ ପଂଚାୟତ ପ୍ରତି ପ୍ରବଂଚନା ବିରୁଦ୍ଧରେ, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବାମାନଙ୍କୁ ସର୍ବନିମ୍ନ ଟ.୧୦୦୦/- ଭତା ପ୍ରଦାନ, କୃଷିଋଣ ଛାଡ଼, ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଓ ତୁରନ୍ତ ଧାନମଣ୍ଡି ଖୋଲିବା, ବେକାର ଯୁବକ ଯୁବତୀ ନିଯୁକ୍ତି/ଆତ୍ମନିଯୁକ୍ତି ସୁଯୋଗ ଦେବା ନଚେତ୍ ସରକାରୀ ଭତା ପ୍ରଦାନ, ମହିଳାମାନଙ୍କୁ ସୁରକ୍ଷା ତଥା ମଦକୁ ନିୟନ୍ତ୍ରଣ କରିବା ଓ ସମସ୍ତ ଭୂମିହୀନମାନଙ୍କୁ ଭତା ପ୍ରଦାନ କରିବା ପ୍ରଭୃତି ଦାବୀ ନେଇ ଯାଜପୁର ବ୍ଲକରୁ  ପ୍ରାୟ ଶତାଧିକ ଛାମୁଆ କର୍ମକର୍ତା ଓ କର୍ମୀମାନେ ମାନ୍ୟବର ଓଡ଼ିଶାର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଯାଜପୁରର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । କଂଗ୍ରେସ ସରକାର ଆଗାମୀ ସାଧାରଣ ନିର୍ବାଚନରେ କ୍ଷମତାସୀନ ହେଲେ କୃଷିଋଣ ଛାଡ଼ଠାରୁ ଆରମ୍ଭକରି ଚାଷୀମାନଙ୍କୁ ସୋଲାର ପମ୍ପ ଯୋଗାଇବା ପାଇଁ ପିସିସି ସଭାପତି ପ୍ରତିଶ୍ରୁତି ଦେଇଛନ୍ତି । ଆଗାମୀ ଦିନରେ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଦଳକୁ କ୍ଷମତାକୁ ଆଣିବାପାଇଁ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ଅନୁରୋଧ କରିଥିଲେ । ଏହି ସଭାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ,  ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ପିସିସି ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତ, ଏଆଇସିସି ସଭ୍ୟା ଦୀପ୍ତିରେଖା ମିଶ୍ର, ସାଧାରଣ ସମ୍ପାଦକ ହୃଷିକେଶ ପତି, ସାଧାରଣ ସମ୍ପାଦକ ବିଭୂତି ମହାପାତ୍ର, ପିସିସି ମହିଳା କଂଗ୍ରେସ କୋଷାଧ୍ୟକ୍ଷା ପ୍ରତୀମା କର,  ଅକ୍ଷୟ ଶତପଥି,  ରାହାସ ବିହାରୀ ଦାସ, କାହ୍ନୁଚରଣ ସ୍ୱାଇଁ, କନକଲତା ରାଉତ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଜୋନ ସଭାପତି ମାନସ ରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.