ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ପଞ୍ଚାୟତ ର କର୍ଲା ପିଟା ଗ୍ରାମର ଅନ୍ତ ଅଦା ଓ ରାଧେଶ୍ୟାମ ପରିବାର ର ପ୍ରାୟ 12 ଜଣ ପରିବାର ସରକାରୀ ମୌଳିକ ସୁବିଧା ଯାହା ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଆଲୋକ ଇତ୍ୟାଦି ରୁ ପ୍ରାୟ 10ବର୍ଷ ହେଲାଣି ପାଇ ପାରି ନାହାନ୍ତି, ଦୀର୍ଘ ଦିନରୁ ଏହି ପରିବାର ହିଡ଼ ରେ ଯାତାୟାତ କରୁଥିବା ଜଣାଯାଏ, ବିଦ୍ୟୁତ ଆଲୋକ ସାତ ସପନ ପାଲଟି ଥିବା ବେଳେ ପାନୀୟ ଜଳ ଯୋଗାଣ ହୋଇ ପାରି ନାହିଁ, ବିଭାଗୀୟ ଅଧିକାରୀ, RWSS ଅଧିକାରୀ ଙ୍କୁ ପାନୀୟ ଜଳ ଯୋଗାଣ କାମ ଚାଲୁଥିବା ବେଳେ ଅନୁରୋଧ କରିଥିଲେ ମଧ୍ୟ ହଁ ହଁ କହି ଫାଙ୍କି ଦେଇ ଥିବା ପ୍ରକାଶ, MGNREGS ରେ ଗାଳି କନ୍ଦି କୁ ଯାତାୟାତ ପାଇଁ ସରକାର କୋଟି କୋଟିଟଙ୍କା ସାଧାରଣ ଜନତା ଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ମୌଳିକ ଅଧିକାର ରୁ ବଞ୍ଚିତ କାହିଁକି ଏହି ଅଦା ପରିବାର, ଭୁଲ ରହିଲା କେଉଁଠି, ଶିଶୁ ମାନେ ପାଠ ପଡିବ ପାଇଁ ବିଶେଷ ହରକତ ହେବାକୁ ପଡୁଛି. ଏ ବିଷୟ ରେ ଆମ୍ବ ଗଣ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ରେ କହିଥିଲେ ଯେ ଯେତେ ବେଳେ ଆମ୍ବ କୁ ମୌଳିକ ଅଧିକାର ନମିଳିଛି ଆମେ ପ୍ରଶାସନ ଙ୍କୁ ଜଣାଉ ଥିବୁ ଏବଂ ଆଗାମୀ ଦିନରେ ପ୍ରଶାସନ ଙ୍କ ଆଗରେ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଥିଲେ. ଦେଖିବାର କଥା ଜିଲ୍ଲା ପ୍ରଶାସନ ଏ ଦିଗରେ କେବେ ସୁବିଧା ଯୋଗାଉ ଛନ୍ତି
Sign in
Sign in
Recover your password.
A password will be e-mailed to you.