ଭଙ୍ଗା କୁଡ଼ିଆ ରେ ଜୀବନ ବିତାଉଛନ୍ତି ଭୁଜନ ହରିଜନ; ମୌଳିକ ଅଧିକାର ସାତସପନ

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଜୀବନ ଜଞ୍ଜାଳ ରେ ପରିସ୍ଥିତି କୁ ମୁକାବିଲା କରିବା ସମସ୍ତ ଙ୍କ ପକ୍ଷେ ସମାନ ନୁହଁ. ଏପରି ଏକ ଗ୍ରାମ ଗୁର୍ଜୁଙ୍ଗ, ଜିଲ୍ଲା ସଦର ମହକୁମା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଗୁରଜୁଙ୍ଗ ର ରାମ ଭୁଜନ ହରିଜନ ଙ୍କ ପରିବାର ପ୍ରାୟ ୮ ଜଣ ଭଙ୍ଗା ଦଦରା କଲା ପଲିଥିନ ଜରି ଙ୍କୁ ଢାଙ୍କି ଜୀବନ ବିତୁଥିବା ଦୃଶ୍ୟ ଦେଖିବାକୁ ମିଳିଛି. ଗଣ ପ୍ରତିନିଧି ଙ୍କୁ ତାଙ୍କର ସଂଘର୍ଷମୟ ଜୀବନ ଜଞ୍ଜାଳ କଥାରୁ ପରିପ୍ରକାଶ କରନ୍ତି ଯେ, ଅନେକ ଦିନ ମାସ ବର୍ଷ ତଳେ ଘର ସମ୍ପୂର୍ଣ ଭାଙ୍ଗି ଯାଇଥିଲା, ସ୍ଥାନୀୟ ଜନ ପ୍ରତିନିଧି, ନିକଟସ୍ଥ ରାଜସ୍ୱ ନିରୀକ୍ଷକ, ତହସିଲଦାରସର୍ବୋପରି ବି ଡି ଓ ଙ୍କୁ ମଧ୍ୟ ଦୁଃଖ ଜଣାଇଥିଲେ, ହେଲେ ରାଜସ୍ବ ନିରୀକ୍ଷକ କେବଳ କଲା ପଲିଥିନ ଖଣ୍ଡେ ଭଙ୍ଗା ଘରକୁ ଗୋଡ଼ାଇ ଦେଇ ପରିବାର ରୁହନ୍ତୁ ବୋଲି ଆଶ୍ୱାସନା ଦେଇ ଥିଲେ,ଭାଗ୍ୟର ବିଡମ୍ବନା ଯେତେବେଳେ ବର୍ଷା, ଓ ଖରା ଦିନରେ ରହିବା, ଚଲିବା କଷ୍ଟ ଦେଖିବା ଲୋକ ହିଁ ଜାଣୁଥିବେ, ପରିବାର ରେ ବୋହୁ ପୁଅ ପିଲା ଛୁଆ ଧରି ଜଞ୍ଜାଳ ଜୀବନ କୁ ବିତାଇବାକୁ ପଡୁଥିବା ଜଣାଯାଏ, ରାମ ଭୁଜନ ହରିଜନ ନିଜ ଭାଇ ଙ୍କ ଘରେ କେତେ କେତେ ବେଳେ ଆଶ୍ରୟ ନେ ଇ କଷ୍ଟେ ମଷ୍ଟେ ଜୀବନ ଯାପନ କରୁଛନ୍ତି! ସରକାରୀ ଯୋଜନା ରେ ଘର ଖଣ୍ଡେ ପାଇଁ ଅନେକ ବାର ପ୍ରଶାସନ, ପଂଚାୟତ କାର୍ଯ୍ୟାଳୟ ଙ୍କୁ ଜଣାଇ ନିରାଶ, ହତାଶ,ହେବାକୁ ପଡିଛି, ଏହି ଭଙ୍ଗା ଦଦରା କଲା ଜରି ଘୋଡାଇ ଥିବା ଘରେ ଆଉ କେତେ ଦିନ ଏହି ପରିବାର ରହିବେ, ସାଧାରଣ ରେ ଚର୍ଚ୍ଚା, ସରକାର ଏହି ବ୍ୟକ୍ତିର ପରିବାର କୁ ସରକାରୀ ଘର ଯୋଗାଇ ଦେବା କୁ ସାଧାରଣ ରେ ଓ ନିଜେ ରାମ ଭୁଜନ ହରିଜନ ଅନୁରୋଧ କରିଛନ୍ତି, ସରକାର କେବେ ଅନୁରୋଧ ରକ୍ଷା କରିବେ ଦେଖିବାର କଥା!

Leave A Reply

Your email address will not be published.