ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଟିଟିମିରି ପଞ୍ଚାୟତ ର ମୁଣ୍ଡା ଗ୍ରାମରେ ଗତ ୨୪ ତାରିଖରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ସଂସ୍କୃତି ଭବନ ଉଦଘାଟନ କରିଥିଲେ l ଉଦଘାଟନ ର ଦିନକ ପରେ ସେଠାରୁ ଫଳକ ଉଭାନ ହୋଇଯାଇଛି। ଯାହାକୁ ନେ଼ଇ ଗୁଣପୁର ରାଜନୀତି ପାଣିପାଗ ସରଗରମ ହୋଇପଡିଛି l ସୂଚନା ଯୋଗ୍ୟ ବିଗତ ସରକାର ସମୟରେ ମୁଣ୍ଡା ଗ୍ରାମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ଯୟରେ ଏକ ସଂସ୍କୃତି ଭବନ ନିର୍ମାଣ ହୋଇଥିଲା। ଏହି କାର୍ଯ୍ଯ ଆଇଟିଡିଏ ଦ୍ବାରା କରା ହୋଇଥିଲା। ସେହି କୋଠାକୁ ଲାଗି ଆମ ଓଡିଶା ନବିନ ଓଡିଶାର ପୁଣି ୩ ଲକ୍ଷ ଅନୁଦାନ ରେ ଖର୍ଚ୍ଚ ହୋଇଥିଲା। ଏହି କାର୍ଯ୍ଯ ବ୍ଲକ ପ୍ରଶାସନ ଦ୍ବାରା ହୋଇଥିଲା। ଏହି କୋଠାର ଅନେକ ନିର୍ମାଣ କାର୍ଯ୍ଯ ସରିଥିଲେ ମଧ୍ୟ ଏବେବି କିଛି ଅନୁଦାନ ବଳକା ରହିଛି। ଫାଇନାଲ ବିଲ୍ ହୋଇନି କି ପ୍ରଶାସନ ଗାଁ କମିଟିକୁ ଉକ୍ତ କୋଠାକୁ ହସ୍ତାନ୍ତର ମଧ୍ୟ କରିନି। ଇତି ମଧ୍ୟରେ ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ଗତ ୨୪ ତାରିଖରେ ଏକ ଶୋଭାଯାତ୍ରା ରେ ଯାଇ ଉକ୍ତ କୋଠାରେ ଲାଗିଥିବା ଫଳକକୁ ଉଦଘାଟନ କରିଥିଲେ। ଫଳକରେ ରଘୁନାଥଙ୍କ ସମେତ ସମିତିସଭ୍ଯ ନୀଳମଣି ଶବର ଓ ଗାଁ ମୁଖ୍ଯ ରେଞ୍ଜୁ ଶବରଙ୍କ ନା ରହିଥିବା ବେଳେ ବ୍ଲକ ଅଧ୍ଯକ୍ଷା, ଉପାଧ୍ୟକ୍ଷ କିମ୍ବା ସରପଞ୍ଚ କି ସ୍ଥାନୀୟ ବିଧାୟକ କାହାର ମଧ୍ୟ ଏହି ଫଳକ ରେ ନା ନଥିଲା। ଯାହା ଫଳରେ ପ୍ରଶାସନର କୋଠା ଉଦଘାଟନି କାର୍ଯ୍ଯକ୍ରମ ରେ ଏତେବଡ ଭୁଲ କିଭଳି ହେଲା ଏଵଂ କିଏ କଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶେଷରେ ଶନିବାର ଫଳକ ଟି ସେହି ସ୍ଥାନରୁ ଉଭାନ ହୋଇ ଥିବା ଦେଖିବାକୁ ମିଳିଛି।