ଗଙ୍ଗା ଶ୍ରାଦ୍ଧ ଦିନରେ ଉନ୍ମୋଚିତ ହେଲା ଶ୍ରୀ ବିଜୟ ରଞ୍ଜନ ସିଂ ଵରିହା ଙ୍କର ପ୍ରତିମୂର୍ତ୍ତି

3

ପଦ୍ମପୁର ;- ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ , ରାଜ୍ୟ ସରକାର ଙ୍କର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଆଜି ଥିଲା ଗଙ୍ଗା ଶ୍ରାଦ୍ଧ । ଗତ ୦୩/୧୦/୨୦୨୨ ରେ ସେ ସମୟରେ ବିଧାୟକ ଥିବା ଶ୍ରୀ ଵରିହା ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ଗତ କିଛି ଦିନ ପୂର୍ବରୁ ତାଙ୍କର ପୁତ୍ର ଶ୍ରୀ ଭୋଜରାଜ ସିଂ ବରିହା ନିଜର ସ୍ବର୍ଗତ ପିତାଙ୍କ ଅସ୍ଥି ବିସର୍ଜନ ପବିତ୍ର ତ୍ରିବେଣୀ ସଙ୍ଗମ ରେ କରିଥିଲେ । ପରମ୍ପରା ଅନୁସାରେ ମୃତ ଆତ୍ମାର ସଦ୍ଗତି ନିମନ୍ତେ ଆଜି ତାଙ୍କର ପଦ୍ମପୁର ସ୍ଥିତ ବାସଭବନ ରେ ଗଙ୍ଗା ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଆଜି ପଦ୍ମପୁର ଏନ ଏ ସି ସ୍ର , ବଡବନ୍ଧ ଠାରେ ନିର୍ମିତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ପୂର୍ଣ ଅବୟବ ପ୍ରତିମୂର୍ତ୍ତି ର ଅନବରଣ କରାଯାଇ ଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ ସ୍ବର୍ଗତ ଶ୍ରୀ ବରିହା ପଦ୍ମପୁର ଅଞ୍ଚଳର ପ୍ରଥମ ବ୍ୟକ୍ତି ଯିଏ କି ପ୍ରସିଦ୍ଧ ଜବହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରେ ପଢ଼ିବାର ସୁଯୋଗ ପାଇଥିଲେ। । ପାଠ ପଢା ସରିବା ପରେ ସେ ଚାହିଁଥିଲେ ଯେକୌଣସି ଭଲ ଚାକିରୀ କରି ପରିଥାନ୍ତେ କିନ୍ତୁ ସେ , ଏହି ଅଂଚଳର ଅସଙ୍ଗଠିତ ଲୋକଙ୍କୁ ସଂଗଠିତ କରି ଏହି ଅଂଚଳର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ଏଥି ପାଇଁ କେନ୍ଦୁପତ୍ର ଆନ୍ଦୋଳନ ହେଉ, କି ବାଳକୋ ଆନ୍ଦୋଳନ , ସବୁଥିରେ ତାଙ୍କର ଭୂମିକା ଓ ନେତୃତ୍ୱ ରହିଥିଲା । ଏହି ଅଂଚଳ ରେ ଗମନାଗମନ ଠାରୁ ଆରମ୍ଭ କରି ସ୍କୁଲ କଲେଜ ର ବିକାଶ ହେଉ କି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ଦେବଦର୍ହା ଶୈବପୀଠ ର ବିକାଶ ସବୁ ତାଙ୍କରି ପ୍ରଚେଷ୍ଠା ରେ ସମ୍ଭବ ହୋଇ ପାରିଥିଲା । ଏଥିପାଇଁ ସେ ପଦ୍ମପୁର ଭଳି ଏକ ଅଣ ସଂରକ୍ଷିତ ଆସନ ରୁ ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ପାରିଥିଲେ । ଆଜି ତାଙ୍କର ଶ୍ରଦ୍ଧାଞ୍ଜଳି ସସଭାରେ ସମସ୍ତ ତାଙ୍କୁ ଆଦରର ସହିତ ମନେ ପକାଉଛନ୍ତି ।
ଆଜି ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ରେ ଭଟଲି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା , ସ୍ବର୍ଗତ ବରିହା ଙ୍କର ସମୁଦି ପୂର୍ବତନ ବିଧାୟକ ଶ୍ରୀ ରମା ରଞ୍ଜନ ବଳିୟାର ସିଂ , ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ପଦ୍ମପୁର ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ , ଶ୍ରୀ ପ୍ରଶାନ୍ତ ମହାନ୍ତି , ସ୍ୱର୍ଗତ ବିଧାୟକ ଙ୍କର ଜ୍ୱାଇଁ ଶ୍ରୀ ସ୍ମୃତି ସୌରଭ ବଳିୟାର ସିଂ , ସୁପୁତ୍ର ଶ୍ରୀ ଭୋଜରାଜ ସିଂ ଵରିହା , ବିଜୟ କୁମାର ସ୍ୱାଇଁ , ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ , ଗୌତମ ସିଂ ଙ୍କ ସମେତ ଶହ ଶହ ଲୋକେ ଉପସ୍ଥିତ ରହି ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରିଥିଲେ । ସେହିଭଳି ଶ୍ରଦ୍ଧାଞ୍ଜଳି ସଭାରେ ପରିବାର , ଆତ୍ମୀୟ , ଙ୍କର ସମେତ ଅନେଜ ବିଶିଷ୍ଠ ବ୍ୟକ୍ତି ଓ ପଦ୍ମପୁର , ପାଇକମାଲ , ଝାରବନ୍ଧ , ଗାଇସିଲେଟ ଅଂଚଳର ଅନେକ ସଂଖ୍ୟାରେ ଲୋକେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.