ଅବକାରୀ ଚଢ଼ାଉ, ୨୩୦ଲିଟର ଦେଶୀ ମଦ ଜବତ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାୟଗଡା ଜିଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଗୁଣପୁର ଅଞ୍ଚଳରେ ମଦ ଚୋରା କାରବାର ଉପରେ ଚଢ଼ାଉ କରାଯାଇଥିଲା। ଉପ ଅଧିକ୍ଷକ ଗୁପ୍ତେଶ୍ଵର ପ୍ରଧାନ ଏବଂ ଗୁଣପୁର ଅବକାରୀ ନିରୀକ୍ଷକ ପ୍ରୀତିଧାରା ନାୟକଙ୍କ ନେତୃତ୍ୱରେ ଗଡ଼ିଆବାଙ୍ଗ, ଓକିଲଗୁଡା,ପୁରୁଣା ଗୁଣପୁର, ଏବଂ ଗାନ୍ଧିନଗର ଅଞ୍ଚଳରେ ଚଢ଼ାଉ କରାଯାଇ ୨୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏଥିସହ ବ୍ୟାପକ ପରିମାଣରେ ପୋଚ ସହ ବ୍ୟବହୃତ ସାମଗ୍ରୀ ଗୁଡିକ ଜବତ କରାଯାଇ ପୃଥକ ୩ ଟି ମାମଲା ରୁଜୁ କରାଯାଇଛି। ଭ୍ରାମ୍ୟମାଣ ଅବକାରୀ ବିଭାଗ ସହ ଗୁଡ଼ାରୀ ବିଷମ କଟକ ଆଦି ଅବକାରୀ କାର୍ଯ୍ୟକର୍ତା ଚଢ଼ାଉରେ ସାମିଲ ଥିଲେ। ଆଗାମୀ ଦିନରେ ଏହି ଚଢ଼ାଉ ପ୍ରକ୍ରିୟା ଜାରି ରହିବ ବୋଲି ଇନ୍ସପେକ୍ଟର ପ୍ରୀତିଧାରା ନାୟକ ସୂଚନା ପ୍ରଦାନ କରିଛନ୍ତି।

 

Leave A Reply

Your email address will not be published.