ପାଇକମାଳ ହାଇ ସ୍କୁଲ ରେ ସି ମ୍ ସି ଏ ଶିବିର

3

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟାଳୟ ରେ ଦୁଇଦିନ ସି ମ ସି ଏ ଶିବିର ବି ଇ ଓ ଚୁଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଶିବିର ରେ ପାଇକମାଳ , ଝାରବନ୍ଧ,ପଦ୍ମପୁର ଓ ଗାଇସିଲେଟ ବ୍ଲକ ର ୧୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଉଛନ୍ତି l ଝାରବନ୍ଧ ବିଇଓ ଶୁଭମ୍ କୁମାର ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମ୍ବିଧାନିକ ମୂଲ୍ୟବୋଧ ସହିତ ଛାତ୍ର ମାନଙ୍କୁ ପରିଚିତ କରାଇ ସୁନାଗରିକ ଭାବେ ଗଢ଼ିବା ପାଇଁ ଆହ୍ଵାନ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ କମାଣ୍ଡର ନରେନ୍ଦ୍ର କୁମାର ଓ ସବିତା ଏ ସ୍ ମଞ୍ଚlଷିନ ଥିଲେ l ପ୍ରଶିକ୍ଷାର୍ଥି ମାନଙ୍କୁ ସାଧନ କର୍ମୀ ରାଜେନ୍ଦ୍ର ସାହୁ,ଥବିର ସିକା ଓ ତ୍ରିଲୋଚନ ନାୟକ ସି ମ୍ ସି ଏ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି l ଆଶିଷ ଚାନ୍ଦ ଓ ବିଜୟ କୁମାର ବିଶି ଶିବିର ପରିଚାଳନା କରୁଛନ୍ତି ଜ୍ୟୋତିର୍ମୟୀ ପଟ୍ଟନାୟକ, ବବିତା ବେହେରା ,ସୁଦାମ ପାଣ୍ଡେ,ରଜତ କୁମାର ସାହୁ,ଅମିତ୍ ସାହୁ, ମଧୁସ୍ମିତା ମେହେର,ସହଯୋଗ କରିଥିଲେ l ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l

Leave A Reply

Your email address will not be published.