ଭଞ୍ଜନଗର ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ରେ ଶପଥ ପାଠ

3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ଭଞ୍ଜନଗର ବ୍ଲକ ଓସ୍ଓ୍ବାନ କକ୍ଷରେ ଆଜି ଅକ୍ଟୋବର ୨୮ ତାରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।
ଆଜି ସୋମବାର ପୂର୍ବାହ୍ନ ୧୦ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓସ୍ବାନ୍ ଯୋଗେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକ ଙ୍କ ପାଇଁ ଶପଥ ପାଠ କରାଇଥିଲେ। ଏହି ଅବସରରେ ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୁଳକ ସାଧୁତା ବଜାୟ ରଖିବା, ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବା, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନନେବା, ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ବଚ୍ଛତା ର ସହ ସମ୍ପାଦନ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଙ୍କୁ ଶପଥ ପାଠ କରାଇନେଇଥିଲେ। ଏବଂ ଉକ୍ତ ଶପଥ ପାଠ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଶପଥ କରି ନିଷ୍ଠାର ସହିତ ଶପଥ ପାଳନ କରିବାପାଇଁ କଥା ଦେଇଥିବା ଦେଖାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ଭାରତୀୟ ରିଜର୍ଭ ବାହିନୀ ଅଷ୍ଟମ ବାଟାଲିୟନ ଦୁର୍ଗପତି ବିଭୁତି ଭୁଷଣ ପରିଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ୍ କୁମାର ନାୟକ,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ, ଏବିଡିଓ ପୁର୍ଣ୍ଣଚନ୍ଦ୍ର ବାରିକ, ତହସିଲଦାର ଉମାଶଙ୍କର ବେହେରା,ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି, ସିଡିପିଓ ଲିଳିମା କୁମାରୀ ପଣ୍ଡା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକ,ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଙ୍କ ସମେତ ଭଂଜନଗର ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.