ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରରେ ୨୦୧୭ ମସିହାରେ ପ୍ରତିଷ୍ଠିତ ଐତିହାସିକ ଗବେଷଣା ପାଇଁ ଉଦ୍ଦିଷ୍ଟ “ଘୁମସର ଗବେଷଣା ପ୍ରତିଷ୍ଠାନ” ର ପାରିଚାଳନା ସମିତି ବୈଠକ ଲଣ୍ଡେଇସାହିସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଆଜି ୨୭ ଅକ୍ଟୋବର ୨୦୨୪ ରବିବାର ଦିନ ଅନୁଷ୍ଠିତ ହେଇଯାଇଛି ।
ଉକ୍ତ ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ସନ୍ତୋଷ କୁମାର ଆପଟ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଆବାହକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶ୍ୟାମା ପ୍ରସାଦ ମିଶ୍ର, କାର୍ଯ୍ୟକାରୀ ସଭାପତି ଡ.ଶିରିଷ କୁମାର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଶ୍ରୀ ତପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶ୍ରୀ ଦାମୋଦର ଷଡ଼ଙ୍ଗୀ, କେପଟେନ ଡ଼.ରବୀନ୍ଦ୍ର କୁମାର ମିଶ୍ର, ଶ୍ରୀ ନେତାଜୀ ବିଷୋୟୀ, ଶ୍ରୀ ବିଶ୍ୱାଳ, ଶ୍ରୀ ବାବୁଲା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ଅନଲାଇନ ପଞ୍ଜିକରଣ ପ୍ରକିୟାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ସାଧାରଣ ସମ୍ପାଦକ ଶ୍ରୀ ତପନ କୁମାର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।
ଘୁମସର ଗବେଷଣା ପ୍ରତିଷ୍ଠାନ ପରିଚାଳନା ସମିତିର ଏହି ବୈଠକରେ ଗତ ବୈଠକର ନିଷ୍ପତି ଗୁଡିକ ସମ୍ପର୍କରେ ଆଲୋଚନା ଏବଂ ଦୃଢ଼ୀକରଣ, ଗତ ବାର୍ଷିକ ଅଧିବେସନର ଆୟ ବ୍ୟୟ କୁ ମଞ୍ଜୁରୀ ଦିଆଯିବା ସହ ଆସନ୍ତା ୩ ଫେବୃଆରୀ ୨୦୨୫ ତାରିଖରେ ଅନୁଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ ଭଞ୍ଜନଗର ରେ ଆୟୋଜନ କରିବା, ଅବସରପ୍ତାପ୍ତ ପ୍ରଫେସର ଡ.ବିଷ୍ଣୁ ଚରଣ ଚୌଧୁର ଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣକାଯାଇଥିବା ଡ.ଶ୍ୟାମା ପ୍ରସାଦ ମିଶ୍ର ବୈଠକ ଶେଷରେ ଘୋଷଣା କରିଛନ୍ତି । ଶେଷରେ ଶ୍ରୀ ବାବୁଲା ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣକରିଥିଲେ ।
Sign in
Sign in
Recover your password.
A password will be e-mailed to you.