ଗୁଣପୁରରେ ଦୁଇ ଘରେ କଳାକନା ବୁଲାଇ ଲୁଟିଲେ ଦୁର୍ବୃତ୍ତ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଚାବି ପଡିଥିବା ଘରେ ଗୁରୁବାର ବିଳମ୍ବିତ ରାତ୍ରରେ ସ୍ଥାନୀୟ କ୍ରିଷ୍ଣା ନଗର ୫ମ ଲାଇନରେ ଦୁଇଟି ଘରେ ଦୁର୍ବୁତ୍ତ ମାନେ ପଶି ଚୋରି କରିଛନ୍ତି। ଏହି ସମ୍ପର୍କରେ ଖବର ପାଇ ଗୁଣପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶୁକ୍ରବାର ଦିନ ରାୟଗଡ଼ାରୁ ସାଇଣ୍ଡିଫିକ ଟିମ୍ ସହ ଅନୁସନ୍ଧାନୀ କୁକୁର ଚୋରି ହୋଇଥିବା ଘରେ ଛାନଭିନ କରିଛନ୍ତି।

ଖବର ନେବାରୁ ଜଣାପଡିଛି, କ୍ରିଷ୍ଣା ନଗର ଅଞ୍ଚଳରେ ରହୁଥିବା ବ୍ୟବସାୟୀ କେ ରବି କୁମାର ଏବଂ ତାଙ୍କ ସମ୍ମୁଖରେ ଥିବା ତାଡ଼ି ଜାନକି ରାଓ ଘରେ ତାଲା ପକାଇ ଗାଁକୁ ଯାଇଥିଲେ । ରବି କୁମାର ଗତ ଏକ ସପ୍ତାହ ହେଲା ଶିରିଡ଼ି ଯାଇଥିବା ବେଳେ ବନ ବିଭାଗର ଜାନକୀ ରାଓଙ୍କ ପରିବାର ଗତ କିଛିଦିନ ହେଲା ଘରେ ତାଲା ପକାର ବ୍ରହ୍ମପୁର ଯାଇଥିଲେ। ଏହାର ସୁଯୋଗ ନେଇ ଗୁରୁବାର ଦିନ ବିଳମ୍ବିତ ରାତ୍ରରେ ୪ ଜଣ ଦୁର୍ବୃତ୍ତ ଘରେ ପଶି କବାଟ ଝରକା ଭାଙ୍ଗି କରିଥିବା ଜଣାପଡ଼ିଛି। କେ ରବି କୁମାରଙ୍କ ଘରୁ ପ୍ରାୟ ୫ ଭରି ସୁନା ଅଳଙ୍କାର, ରୁପା ଏକ ଜେଜି ସହ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରାଯାଇଛି। ସେହିପରି ଜାନକି ରାଓଙ୍କ ପରିବାର ପକ୍ଷରୁ ମଧ୍ୟ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଆନା ଆଇଆଇସି ଉତ୍ତମ କୁମାର ସାହୁଙ୍କ ନେତୃତ୍ବରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏଥିସହ ରାୟଗଡାରୁ କିଶୋର ଦୀପଙ୍କ ନେତୃତ୍ରରେ ଏକ ଟିମ ଅନୁସନ୍ଧାନୀ କୁକୁର ସହ ପହଞ୍ଚି ଯାଞ୍ଚ କରିଥିଲେ। ଅପର ପକ୍ଷରେ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଦୁର୍ବୁତ୍ତ ମାନଙ୍କ ଚେହେରା ସ୍ପଷ୍ଟ ଜଣାପଡ଼ୁ ନଥିବା ପୁଲିସ କହିଛି। ଏନେଇ ଗୁଣପୁର ଥାନାରେ କେସ୍ ନଂ-୨୪୬/୨୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡିଛି। ବହୁ ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ସଜାଗ କରାଯାଇଥିଲାଯେ ଯଦି ଘରେ ଚାବି ପକାଇ କିଛି ଦିନ ପାଇଁ ବାହାରକୁ ଯିବାକୁ ଥିଲେ ପୁଲିସକୁ ସୂଚନା ଦେଇ ଯିବାକୁ କୁହାଯାଇଥିଲା। ନଚେତ ଅନ୍ୟ କାହାରିକୁ ଘରେ ରଖିବା ପାଇଁ ସଚେତନତା କରିଥିଲେ ମଧ୍ୟ ଲୋକେ ଶୁଣୁନାହାନ୍ତି। ଯାହା ଫଳରେ ଦୁର୍ବୁତ୍ତ ମାନେ ଘରେ କେହି ନଥିବାର ସୁଯୋଗ ନେଇ ନିରାପଦରେ ଚୋରି କରୁଛନ୍ତି। ଅପର ପକ୍ଷରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଢ଼ାକଢି କରିବା ସହ ରାତି ଅଧରେ ଘୁରି ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ଦେବାକୁ ସାଧାରଣରେ ଦାବି ହେଉଛି।

 

Leave A Reply

Your email address will not be published.