ବାତ୍ୟା ଆଶ୍ରୟସ୍ଥଳୀରେ ବିଭିନ୍ନ ସୁବିଧା ସୁନିଶ୍ଚିତ କରାଯାଇଛି
ଭୁବନେଶ୍ୱର,୨୪/୧୦/୨୦୨୪:ସମ୍ଭାବ୍ୟ ବାତ୍ୟା “ଦାନା’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତିା ସେ ଗୋପାଳପୁରର ମାର୍କଣ୍ଡି, ଚିକିଟିର ରାମୟପାଟଣା, ଖଲ୍ଲିକୋଟର ସୁବଳିଆ, ଛତ୍ରପୁରର ପୋଡମ୍ପେଟା ଆଦି ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଦେଖିଥିଲୋ ସେଠାରେ ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧାଗୁଡ଼ଇକ ସଂପର୍କରେ ମନ୍ତ୍ରୀ ତଦାରଖ କରିଥିଲୋ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପ୍ରସ୍ତୁତି କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସମୁଦ୍ରକୂଳବର୍ତ୍ତୀ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିରାପଦ ଭାବରେ ସ୍ଥାନାନ୍ତରିତ କରାଯାଇଛିା ୧୧ଟି ସ୍ଥାନରେ ସରକାରୀ ଅଧିକାରୀଙ୍କୁ ମୁତୟନ କରାଯାଇଛିା ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଥିବାବେଳେ ସତର୍କତା ଅବଲମ୍ବନ କରିବା ସହିତ ବାତ୍ୟା ନେଇ କୌଣସି ପ୍ରକାରେ ଭୟଭୀତ ନହେବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତିା
ଗତକାଲି ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରସ୍ତୁତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତିା ଆଜି ବିଭିନ୍ନ ଅଞ୍ଚଳ ବୁଲି ତଦାରଖ କରିବା ସମୟରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲୋ