ପଦ୍ମପୁର:- ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଏକ ସଂପାନ୍ନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂପାନ୍ନ ଶୀର୍ଷକ “ଅର୍ଥଶାସ୍ତ୍ର ର ମୁଖ୍ୟ ନୀତି” ଉପରେ ପ୍ରଥମ ସେମିଷ୍ଟର ର ଛାତ୍ରଛାତ୍ରୀ ମାନେ ତାଙ୍କର ନିବନ୍ଧ ଉପସ୍ଥାପନା କରିଥିଲେ ଏବଂ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ତୃତୀୟ ଏବଂ ପଞ୍ଚମ ସେମିଷ୍ଟର ର ଛାତ୍ରଛାତ୍ରୀମାନେ ନିବନ୍ଧ ଉପରେ ମତ ବିନିମୟ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ ସାହୁ ଅର୍ଥଶାସ୍ତ୍ର ର ମୂଳ ନୀତି, ସୋପାନ, ନିୟମ ଉପରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ଥିର୍ଣ ଭାବରେ ଆଲୋଚନା କରିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଲଲାଟେଣ୍ଡୁ ପ୍ରଧାନ, ଅଧ୍ୟାପିକା ଡଃ ମମତାମୟୀ ଗୁରୁ ନିଜର ବକ୍ତବ୍ୟ ରଖି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଛାତ୍ରୀ ସୋନାଲି କୁମ୍ଭାର, ରାକ୍ଷୀ ଶେଠ୍, ଗାୟତ୍ରୀ ପ୍ରଧାନ, ପୁନମ ମେହେର, ବନିତା ସିଦାର, ଜୁଲି ବୁଡେକ୍, ବେବି ମାଝୀ, ବାର୍ଷାରାଣୀ ବିଶ୍ଵାଳ ପ୍ରମୁଖ ନିଜର ନିବନ୍ଧ ଉପସ୍ଥାପନ କରିଥିଲେ। ଶେଷରେ ବିଭାଗୀୟ ମୁଖ୍ୟ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।
Sign in
Sign in
Recover your password.
A password will be e-mailed to you.