“ଯେ କୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ତ୍ୱରିତ ପଦକ୍ଷେପ ନିଅ’: ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ
ଭୁବନେଶ୍ୱର, ତା.୨୩/୧୦/୨୦୨୪:ସମ୍ଭାବ୍ୟ ବାତ୍ୟା “ଦାନା’କୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ସମସ୍ତ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛିା ଯେ କୌଣସି ପ୍ରକାର ପ୍ରତିକୂଳତାକୁ ତ୍ୱରିତ ସାମ୍ନା କରିବା ପାଇଁ ବିଭାଗୀୟ ଅଧିକାରୀମାନେ ସୁନିଶ୍ଚିତ କରିବା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତିା
ଆଭାସି ମାଧ୍ୟମରେ ଶ୍ରୀମତୀ ପାଢ଼ୀ ବିଭାଗର କାର୍ଯ୍ୟପନ୍ଥା ନେଇ ସୁବିସ୍ତୃତ ସମୀକ୍ଷା କରିବା ସହିତ ସମ୍ଭାବ୍ୟ ବାତ୍ୟାରେ ସବୁମତେ କ୍ରିୟାଶୀଳ ରହିବାକୁ ପରାମର୍ଶ ଦେଇଛନ୍ତିା ପରିବହନ ଓ ଜଳପଥ ବ୍ୟବସ୍ଥାରେ ସମନ୍ୱୟ ରକ୍ଷାପୂର୍ବକ ଫଳପ୍ରଦ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇ ଶ୍ରୀମତୀ ପାଢ଼ୀ ବାତ୍ୟା ପ୍ରଭାବ ନେଇ ବିଭାଗର ସମସ୍ତ ଅଧିକାରୀ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତିା
ପରିବହନ କମିଶନର ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ପରିବହନ ସେବାକୁ କାର୍ଯ୍ୟକ୍ଷମ ରଖିବା ଏବଂ ଆପଦକାଳୀନ ପରିସ୍ଥିତିର ଯଥାର୍ଥ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ସେହିପରି ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଜଳପଥ ଓ ଉପକୂଳ ଅଞ୍ଚଳଗୁଡ଼ିକରେ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ପ୍ରସ୍ତୁତ ରହିବା ନେଇ ମାର୍ଗଦର୍ଶିକା ଜାରି କରିବା ନିମନ୍ତେ ବନ୍ଦର ଓ ଆଭ୍ୟନ୍ତରୀଣ ଜଳପଥ ପରିବହନ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ବିଭିନ୍ନ କ୍ଷେତ୍ର ଅଧିକାରୀମାନେ ସମ୍ଭାବ୍ୟ ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ସଂପୂର୍ଣ୍ଣ ସତର୍କ ରହିବା ପାଇଁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତିା
ସଂପୂର୍ଣ୍ଣ ଆବଶ୍ୟକତା ନ ଥିବାବେଳେ ଜନସାଧାରଣ ଗମନାଗମନରୁ ବିରତ ରହିବା ନିମନ୍ତେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛିା ନିହାତି ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ କୁହାଯାଇଛିା
ପରିବହନ କମିଶନର ଅଭିତାଭ ଠାକୁର, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସିଏମ୍ଡ଼ି ଦୀପ୍ତେଶ କୁମାର ପଟ୍ଟନାୟକ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ଓ ପ୍ରିଣ୍ଟିଂ ଓ ଷ୍ଟେସନାରୀ ନିର୍ଦ୍ଦେଶକ ଅରୁଣ କୁମାର ରାୟଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲୋ