ରାଜ୍ୟ ସରକାରଙ୍କ “ଶୂନ୍ୟ ମୃତୁ୍ୟ’ର ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୨/୧୦/୨୦୨୪: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ସମ୍ଭାବ୍ୟ ବାତ୍ୟା “ଦାନା’ର ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ଲୋକସେବା ଭବନସ୍ଥ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ମନ୍ତ୍ରୀ ବିଭାଗୀୟ ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୃତ ସମୀକ୍ଷା କରିଛନ୍ତିା
ସମୀକ୍ଷା ବୈଠକର ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ସମ୍ଭାବ୍ୟ ବାତ୍ୟା “ଦାନା’ର ମୁକାବିଲା ପାଇଁ ବିଭାଗ ଦ୍ୱାରା ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ ଉକ୍ତ ସମୟରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା, ଜରୁରୀ ପରିସ୍ଥିତିରେ କ୍ଷତିଗ୍ରସ୍ତ ପଞ୍ଚାୟତ ରାସ୍ତାଗୁଡ଼ିକର ପୁନଃନିର୍ମାଣ କରିବା, ବ୍ଲକ୍ମାନଙ୍କରେ କଣ୍ଟ୍ରୋଲ ରୁମ୍ ଖୋଲି ସ୍ଥିତି ନିୟନ୍ତ୍ରଣ କରିବା, ମାନବସମ୍ବଳର ଉପଯୁକ୍ତ ପରିଚାଳନା, ପ୍ରଭାବିତ ଜିଲ୍ଲାର ସମସ୍ତ ଅଞ୍ଚଳ ସହ ରାଜ୍ୟ ବିଭାଗୀୟ ମୁଖ୍ୟାଳୟର ସମନ୍ୱୟ ରକ୍ଷା ଦ୍ୱାରା ଅନୁଧ୍ୟାନ କରିବା ଉପରେ ମାନ୍ୟବର ମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲୋ
ସମସ୍ତ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯେପରି ଅନ୍ୟ ବିଭାଗଗୁଡ଼ିକ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷାକରି ବାତ୍ୟା “ଦାନା’ରେ ଜନସାଧାରଣ ସୁରକ୍ଷିତ ରହିବେ ସେ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲୋ
ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟାଳୟରୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇ ବାତ୍ୟା ମୁକାବିଲାରେ ସମନ୍ୱୟ ରକ୍ଷା ସହ ସାମଗି୍ରକ ପ୍ରୟାସ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବାତ୍ୟା “ଦାନା’ର ମୁକାବିଲା ପାଇଁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଦ୍ୱାରା ରାଜ୍ୟ ସରକାରଙ୍କ “ଶୂନ୍ୟ ମୃତୁ୍ୟ’ (ଜିରୋ କାଜୁଆଲିଟି)ର ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଥିଲୋ