ଜିଲ୍ଲା ପ୍ରଶାସନ ସହ ମିଶି କାମ କରିବାକୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

0 2

ଭୁବନେଶ୍ୱର, ତା ୨୨/୧୦/୨୦୨୪: ସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବାତ୍ୟା ଦ୍ଵାରା ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ମହାସଂଘ, ବ୍ଲକସ୍ତରୀୟ ମହାସଂଘ, ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ, କ୍ଲଷ୍ଟରସ୍ତରୀୟ ମହାସଂଘର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ ସହ ଜନସାଧାରଣଙ୍କୁ ସହଯୋଗର ହାତ ବଢାଇବାକୁ ଶ୍ରୀମତୀ ପରିଡା ଜିଲ୍ଲାର ୭୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.