ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ

0 2

ରାଉରକେଲା,(ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜଲଦା ସି ବ୍ଲକ ହାଟ ଠାରେ କିଛି ଆର୍ଥିକ ଅନଗ୍ରସର ବ୍ୟବସାୟୀଙ୍କୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ କରାଯାଇଥିଲା। ରୋଟାରୀଆନ ପ୍ରଦ୍ୟୁମ୍ନ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସମ୍ପାଦକ ବସନ୍ତ କୁମାର ତନ୍ତୀ ଙ୍କ ସହ ରୋଟାରୀଆନ ସର୍ବଶ୍ରୀ ଅଜିତ ମୋହନ ପୂଜାରୀ, ଡ଼ଃ ମୀନତି ପଣ୍ଡା, ଡ଼ଃ ସଞ୍ଜୁକ୍ତା ପତି, ଅନିତା ନାୟକ, ସବିତା ମହାନ୍ତି, ବିଶ୍ବନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ପାତ୍ର ସ୍ବାଗତ ଭାଷଣ, ସମ୍ପାଦକ ଶ୍ରୀ ତନ୍ତୀ ଅତିଥି ପରିଚୟ, ବରିଷ୍ଠ ସଦସ୍ୟ ଶ୍ରୀ ପୁଜାରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଧ୍ୟକ୍ଷତା କରିଥିବା ଶ୍ରୀ ବିଶ୍ବାଳ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଓ ଶ୍ରୀମତୀ ଡ଼ଃ ପଣ୍ଡା ଭାଇବ୍ରାଣ୍ଟ ର ସମାଜ ପ୍ରତ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସେଠାରେ ଉପସ୍ଥିତ ଥିବା ପାର୍ବତୀ ପୁରନ, ସୁଭଦ୍ରା ମହନ୍ତ,ସୁକୁମଣି ଭୂମିଜ, ସୁସ୍ମିତା ମହତୋ,ମନୋ ଭଇଷା, କାନ୍ତି ବା, ଯଶୋଦା ସିଂ, ମାରିୟାମ କୁଲୁ, ବିରସ୍ବିନୀ ଓରାମ ଓ ନାଉରୀ ତିର୍କି ଙ୍କୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ହାଟ ର ମୁଖିଆ ବିଶ୍ବନାଥ ମୁଣ୍ଡାରୀ ଉପସ୍ଥିତ ଥିଲାବେଳେ ପ୍ରଶାନ୍ତ କୁମାର ସାମଲ ଓ ମଙ୍ଗଳ ଭୂମିଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.